ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ହାଇ କମିଶନର ଟି. ଡାର୍ଲଙ୍ଗଙ୍କ ସୌଜନ୍ୟମୂଳକ ସାକ୍ଷାତ

ଆଜି ସଚିବାଳୟସ୍ଥ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଭିକ୍ଟୋରିୟା ସିକେଲସ ଠାରେ ଅବସ୍ଥାପିତ ଭାରତର ହାଇ କମିଶନର ଶ୍ରୀ ଥାଙ୍ଗଗ୍ଳୁରା ଡାର୍ଲଙ୍ଗ ଅପରାହ୍ନ ୪.୩୦ ମିନିଟ ସମୟରେ ପର୍ଯ୍ୟଟନ, ସଂସ୍କୃତି ,ଯୋଜନା ଓ ସମନ୍ଵୟ ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତିଙ୍କ ସହ ସ୍ଵଜନ୍ୟ ମୂଳକ ସାକ୍ଷାତ କରିଥିଲେ | ପର୍ଯ୍ୟଟନ ବିକାଶ ନିମନ୍ତେ ବିହିତ ପଦକ୍ଷେପ ସମ୍ପର୍କରେ ସେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ | ପର୍ଯ୍ୟଟନର ବିକାଶ ନିମନ୍ତେ ବିହିତ ପଦକ୍ଷେପ ସମ୍ପର୍କରେ ସେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ | ପର୍ଯ୍ୟଟନ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ତ୍ରିପାଠୀ , ନିର୍ଦେଶକ ଶ୍ରୀ ହରିଶଙ୍କର ଉପାଧ୍ୟାୟ ଉପସ୍ଥିତ ଥିଲେ | ଓଡିଶାର ପର୍ଯ୍ୟଟନ ସମନ୍ଧୀୟ ବିଭିନ୍ନ ପୁସ୍ତକ ଓ ପ୍ରକାଶନ ମନ୍ତ୍ରୀ ଶ୍ରୀଯୁକ୍ତ ମହାନ୍ତି ହାଇ କମିଶନର ଙ୍କୁ ଉପହାର ଦେଇଥିଲେ |

Share in top social networks!