ପ୍ରତି ପଞ୍ଚାୟତରେ ନିଯୁକ୍ତି ପାଇବେ ଆକାଉଣ୍ଟାଣ୍ଟ

downloadପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ନିଯୁକ୍ତି ପାଇବେ ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର । ଏକାଥରରେ ୭୪୩ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ବି ନିଯୁକ୍ତି ମିଳିବ । ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତିରାଜ ବିଭାଗ ଏଭଳି ଏକ ବଡ ନିଷ୍ପତ୍ତି ନେଇଛି । ଆଜି ଏ ସଂକ୍ରାନ୍ତ ନିର୍ଦ୍ଦେଶାନାମା ଜାରି କରାଯାଇଥିବା ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି । ସମସ୍ତ ପଞ୍ଚାୟତରେ ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପଦବି ଯେମିତି ନିର୍ବାଚନ ପୂର୍ବରୁ ପୂରଣ ହୁଏ,ସେଥିଲାଗି ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦେଶନାମା ଯାଇଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ବି ନିର୍ଦ୍ଦେଶ ଯାଇଛି ଯେ ତାଙ୍କ ପ୍ୟାନେଲରୁ ୭୪୩ ଟି କନିଷ୍ଠ ଯନ୍ତ୍ରୀ ଙ୍କ ତାଲିକା ଯଥାକ୍ରମେ ପ୍ରଦାନ କରିବେ । ଏଥିସହ ବିଭାଗ ଘୋଷଣା କରିଛି ଯେ ପ୍ରତି ଜିଲ୍ଲାକୁ ୨ କୋଟି ହିସାବରେ ଦିଆଯିବ । ଏହି ଅର୍ଥରେ ସଂପୃକ୍ତ ଜିଲ୍ଲାମାନେ ପଞ୍ଚାଯତ ରିସୋର୍ସ କେନ୍ଦ୍ର ପ୍ରତିଷ୍ଠା କରିବେ ।

Share in top social networks!