କେଚେଲା ଆବାସିକ ବିଦ୍ୟାଳୟର ଦୁଇ କର୍ମଚାରୀ ଅପହରଣ : ନକଲି ମାଓ ସନ୍ଦେହ

47391କୋରାପୁଟ ବ୍ଲକ ଅନ୍ତର୍ଗତ ଅରୋମିରା ଆବାସିକ ବିଦ୍ୟାଳୟର ଦୁଇ କର୍ମଚାରୀଙ୍କୁ ଗତକାଲି ବିଳମ୍ବିତ ରାତ୍ରିରେ କଳାମୁଖା ଧାରି ୮ଜଣ ଅଜଣା ଦୁର୍ବୃତ ଅପହରଣ କରିନେଇଥିବା ଜଣାପଡିଛି । ଏହି ଘଟଣା ପରେ କୋରାପୁଟ ଏସପି ଅବିନାଶ କୁମାରଙ୍କ ନେତୃତ୍ଵରେ ୩ ଟି ଟିମ ଗଠନ କରାଯାଇ ତଦନ୍ତ ଚାଲୁରହିଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ଯଶୋବନ୍ତ ଜେଠୱା ଆଜି ଘଟଣା ସ୍ଥଳ ପରିବର୍ତ୍ତନ କରି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ କୋରାପୁଟ ବ୍ଲକ ଲଙ୍କାପୁଟ ପଞ୍ଚାୟତ ଅନ୍ତର୍ଗତ କୋଲାବ ଜଳଭଣ୍ଡାର ମଧ୍ୟରେ ଥିବା କେଚଲା ଗ୍ରାମର ଆରୋମୀରା ବିଦ୍ୟାଳୟର ସୁପରଭାଇଜର ସୁକାନ୍ତ ଶତପଥି ଓ ଲାଇବ୍ରେରିଆନ ଚିନ୍ମୟ ପରିଡା ଙ୍କୁ ଏକ ୮ ଜଣ ସଶସ୍ତ୍ର କଳାମୁଖା ଧାରି ଦୁର୍ବୃତ ଘରୁ ଏକ ବୈଠକ ନିମନ୍ତେ ଡାକି ଏକ ଲଞ୍ଚ ଯୋଗେ ଜଳଭଣ୍ଡାରର ପେଟା ଘାଟକୁ ନେଇଥିବା ଜଣାପଡିଛି । ଏହି ଘଟଣାରେ ବ୍ୟବହୃତ ଲଞ୍ଚରଚାଳକ ବଲ୍ଲବ କିରଶାନୀଙ୍କ କହିବା ଅନିଜୟୀ ଗତକାଲି ଏକ ଆଠଜଣିଆ କଳାମୁଖା ଧାରି ଦଳ ସନ୍ଧ୍ୟାରେ କେଚଳା ଠାରେ ପହଞ୍ଚି ରାତି ପ୍ରାୟ ୮ ଟା ସମୟରେ ସୁପରଭାଇଜର ସୁକାନ୍ତକୁ ଏକ ବୈଠକ ପାଇଁ ଡ଼ାକିଥିବା ବେଳେ ସେ ନଆସିବାରୁ ରାତି ପ୍ରାୟ ୧୧ ଟା ସମୟରେ ଅପହରଣକାରୀ ମାନେ ବିଦ୍ୟାଳୟ ପରିସରରୁ ସୁକାନ୍ତ ଘରକୁ ଯାଇ କବାଟ ଭାଙ୍ଗି ତାକୁ ଆଣିବା ପରେ ସେଠାରେ ଥିବା ବିଦ୍ୟାଳୟର ଲାଇବ୍ରେରିଆନ ଚିନ୍ମୟକୁ ଧରି ଏକ ବୈଠକରେ ଯୋଗଦେବା ପାଇଁ ଗ୍ରାମର ଲଞ୍ଚ ଚାଳକ ବଲ୍ଲବକୁ ଡାକି ଥିଲେ । ପରେ ଲଞ୍ଚରେ ଏହି ୨ ଜଣଙ୍କୁ ଜଳଭଣ୍ଡାର ପେଟାଘାଟ କୁ ନେଇଥିଲେ । ଏହି ୮ ଜଣିଆ ଦଳରେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ଅନୁମାନ କରାଯାଉଥିବା ବେଳେ ସେମାନଙ୍କ ଠାରେ କିଛି ଦେଶୀବନ୍ଧୁକ ଓ ଗୋଟିଏ ପିସ୍ତଲ ଥିଲା ବୋଲି ଲଞ୍ଚ ଚାଳକ ପ୍ରକାଶ କରିଛି । ଏହି ଘଟଣାପରେ ଆଜି ସକାଳୁ କୋରାପୁଟ ଆଜି ଜେଠୱା ,ଏସପି ଅଭିନାଶ କୁମାର,ଡିଏସପି ବଳଭନ୍ଦ୍ର ଦୀପ,କୋରାପୁର ସଦର ଥାନା ଅଧିକାରୀ ବିଜୟାନନ୍ଦ କରକରାଙ୍କ ସମେତ ଓଡ୍ରାଫ ଟିମ୍,ଏସଓଜି ଘଟଣା ସ୍ଥଳକୁ ଯାଇ ବିଦ୍ୟାଳୟ ଓ ଲାଇବ୍ରେରିଆନ ,ସୁପରଭାଇଜରଙ୍କ ଘରକୁ ପରିଦର୍ଶନ କରିବା ସହ ଆଲୋଚନା କରି ଫେରିଥିବା ଜଣାପଡିଛି । ଏହି ଘଟଣା ରେ ମାଓବାଦୀ ସାମିଲ ନ ଥିବା ଏକ ପ୍ରକାର ଜଣାପଡିଥିଲେ ହେଁ ପୋଲିସ ପକ୍ଷରୁ ଅପହୃତଙ୍କ ଠାବ ପାଇଁ ୩ଟି ଟିମ୍ କୃ ବିଭିନ୍ନ ସ୍ଥାନରେ ଚଢାଉ ଜାରି କରିଛି । ଆଜି ଘଟଣା ସ୍ଥଳରୁ ଅପରାହ୍ନ ୩ ଟା ବେଳେ ଆଇଜି ଓ ଏସପି ଫେରି ଯାଇଥିବାବେଳେ ପଞ୍ଚାୟତର ପରଜାପଣ୍ଡି ଘାଟ ଓ କେଚଲାଠାରେ ପୋଲିସ ମୁତୟନ ରହିଥିବା ଜଣାଯାଇଛି ।

Share in top social networks!