୫ ଦିବାସୀୟ ଆନ୍ତଃ ରାଜ୍ୟ ଯୁବ ରେଡକ୍ରସ୍ ସ୍ଵେଛାସେବୀମାନଙ୍କର ପ୍ରଶିକ୍ଷଣ ଶିବିର ଉଦଘାଟିତ

download (1)ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟଶାଖା ର ଯୁବ ରେଡକ୍ରସ୍ ସ୍ଵେଛାସେବୀ ବିଭାଗ ପକ୍ଷରୁ ସ୍ଥାନୀୟ ରେଡକ୍ରସ୍ ଭବନ,ଭୁବନେଶ୍ଵର ଠାରେ ଏକ ୫ ଦିନିଆ ଆନ୍ତଃ ରାଜ୍ୟ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ ମାନଙ୍କର ପ୍ରଶିକ୍ଷଣ ଶିବିର ତା.୨୩.୧.୨୦୧୪ ରିଖ ରୁ ତା ୨୭.୧.୨୦୧୪ ରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଅଛି । ଦେଶାତ୍ମକ ବୋଧକ ଭାବନା,ଏକତା ମନୋଭାବ,ଜାତୀୟ ସଂହତି ର ଉଦ୍ଦେଶ୍ୟ,ସ୍ଵେଚ୍ଛାସେବୀ ମାନଙ୍କର ଜ୍ଞାନ ଅଭିବୃଦ୍ଧି ଏକାଙ୍ଗ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ୯ ଗୋଟି ରାଜ୍ୟ ଯଥା- ହରିୟାନା,ବିହାର,ମଧ୍ୟ ପ୍ରଦେଶ,କେରଳ,ଗୋଆ,କର୍ଣ୍ଣାଟକ,ମହାରାଷ୍ଟ୍ର, ଛତିଶଗଡ,ଜମ୍ମୁ କାଶ୍ମୀର,ଏବଂ ପଞ୍ଜାବ ସମେତ ଓଡିଶାର ୩୦ ଗୋଟି ଜିଲ୍ଲାର ପ୍ରାୟ ୨୦୦ରୁ ଉର୍ଦ୍ଧ୍ଵ ସ୍ଵେଛାସେବୀ ଓ କାଉନ୍ସେଲର ମାନେ ଅଂଶଗ୍ରହଣ କରିଛନ୍ତି । ଏହି ୫ ଦିନିଆ ଆୟୋଜିତ ତାଲିମ ଶିବିରରେ ରେଡକ୍ରସ୍ ର ଇତିହାସ,ହେନେରୀ ତୁନାଁଣ ଙ୍କ ଆତ୍ମଜୀବନୀ,ରେଡକ୍ରସ୍ ର ମୌଳିକ ନୀତି,ବିପର୍ଯ୍ୟୟ ପରିଚାଳନା ,ରକ୍ତଦାନ ଓ ରକ୍ତ ବର୍ଗୀକରଣ ,ଏଡସ୍ ସଚେତନତା,ପରିଷ୍କାର ଓ ପରିଚ୍ଛନ୍ନତା ,ସ୍ୱାସ୍ଥ୍ୟ ଓ ପରିମଳ,ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ,ପ୍ରାଥମିକ ଚିକିତ୍ସା ବିଷୟରେ ବିଶେଷଜ୍ଞ ମାନେ ପ୍ରଶିକ୍ଷଣ ପ୍ରଦାନ କରିବା ସଙ୍ଗେସଙ୍ଗେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ । ଏହା ସହିତ ତା ୨୬.୧.୨୦୧୪ ରିଖ ପ୍ରାତଃ ୮.୩୦ ଘଟିକାରେ ସ୍ଥାନୀୟ ରେଡକ୍ରସ୍ ଭବନ ଠାରୁ CYSD ପର୍ଯ୍ୟନ୍ତ ଏକ ମିନି ଗଣଦୌଡ ର ଆୟୋଜନ କରାଯିବା କାର୍ଯ୍ୟକ୍ରମ ରାହିଅଛି । ଉଚ୍ଚ ପ୍ରଶିକ୍ଷଣ ଶିବିରର ଉଦଘଟନୀ ଉତ୍ସବରେ ଭୁବନେଶ୍ଵର ମଧ୍ୟର ମାନ୍ୟବର ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ତାଙ୍କ ଅଭିଭାଷଣରେ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସମାଜର ସେବା କ୍ଷେତ୍ରରେ ଅଙ୍ଗୀକାର ବଦ୍ଧତାକୁ ଭୂୟସୀ ପ୍ରଶଂସା କରିଥିଲେ । ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟଶାଖାର ଅବୈନତିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଫଳ କାମନା କରିବା ସଙ୍ଗେ ସଙ୍ଗେ ତାଙ୍କର ପ୍ରଚେଷ୍ଟା କୁ ସାଧୁବାଦ ଜଣାଇଥିଲେ । ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ଏହି କାର୍ଯ୍ୟକ୍ରମ ରେ ପୌରହିତ୍ୟ କରି ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଡଃ ମହାନ୍ତି ଶିବିରାର୍ଥୀ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଭାରତୀୟ ରେଡକ୍ରସ୍ ସୋସାଇଟି ,ଜାତୀୟ ଶାଖା ଦ୍ଵାରା ଜାତୀୟ ସ୍ତରରେ ମହାମହିମ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି କରାଯାଇ ଏକ corpus Fund ଗଠନ ହେବାର କାର୍ଯ୍ୟକ୍ରମ ରହିଛି ଯଦ୍ୱାରା ଦେଶରେ ଯୁବ ଓ ଜୁନିୟର ରେଡକ୍ରସ୍ ର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ୱିତ କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶାଖାର ଅବୈନତିକ ଯୁଗ୍ମ ସଚିବ ଶ୍ରୀ ନଗେନ୍ଦ୍ର ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପୂର୍ବତନ ଯୁବ ରେଡକ୍ରସ୍ ଅଧିକାରୀ ଡଃ ସରିତା ସୁପକାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share in top social networks!