ସେସା ଷ୍ଟେରଲାଇଟ ତରଫରୁ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଲାପଟପ୍ ବଣ୍ଟନ

download୧୮ ତମକଳାହାଣ୍ଡି ଉତ୍ସବ ଘୁମୁରାର ତୃତୀୟ ରାଜନୀରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଆୟୁକ୍ତ ଶ୍ରୀଯୁକ୍ତ ବିକାଶ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେସାଷ୍ଟେରଲାଇଟ ର ଅର୍ଥବିଭାଗ ଉପସଭାପତି ଶ୍ରୀଯୁକ୍ତ କୌସ୍ତୁଭ ରତନ କୁଣ୍ଡୁ,ଶ୍ରୀଯୁକ୍ତ ବିଜୟ କେତନ ଉପାଧ୍ୟାୟ ଜିଲ୍ଲାପାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ଦିନର ମୁଖ୍ୟ ଆକର୍ଷଣ ଥିଲା “ବେଦାନ୍ତ ଜ୍ଞାନାଶ୍ରୀ ଆୱାର୍ଡ” । .ସେସା ଷ୍ଟେରଲାଇଟ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଦୀର୍ଘ ୮ ବର୍ଷ ହେଲା ସାହାଯ୍ୟ ଯୋଗାଇ ଦେଇ ଆସୁଛନ୍ତି ଓ ଜ୍ଞାନାଶ୍ରୀ ପୁରସ୍କାର ମାଧ୍ୟମରେ ଏହି ବର୍ଷ ୩ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଙ୍କୁ ଲାପଟପ୍ ମାଗଣାରେ ଯୋଗାଇ ଦିଆଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜଳଜ ମାଲପାଣି କହିଲେ ଯେ,´”ସେସାଷ୍ଟେରାଲାଇଟ ସର୍ବଦା ସ୍ଥାନୀୟ ଲୋକମାନଙ୍କ ସହ ବନ୍ଧୁତା ସମ୍ପର୍କ ବଜାୟ ରଖିଅଛି ଓ ଏ ଅଞ୍ଚଳରେ ସାମଗ୍ରିକ ଉନ୍ନତି କରିବାରେ ସହାୟକ ହୋଇପାରିଛି । କମ୍ପାନୀ ଚାଲୁ ରଖିବା ପାଇଁ ଗଚ୍ଛିତ ବକ୍ସାଇଟର ସୁବିନିଯୋଗ ଦରକାର ଯାହା ଗତ ମାସରେ ଘଟିଥିବା ଶ୍ରମିକ ହାତକଟା ଘଟଣା ଓ ଦାଦନ ଶ୍ରମିକ ଚାଲାଣ କୁ ରୋକାଯାଇପାରିବ । ଅଞ୍ଚଳରେ ବିକାଶ କେବଳ ଶିଳ୍ପର ବିକାଶ ଦ୍ଵାରା ସମ୍ଭବ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଏହି ଅଞ୍ଚଳର ଶିଳ୍ପ ଓ କୃଷିର ସାମୁହିକ ବିକାଶକୁ ଶିଙ୍ଗରେ ନେଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇପାରିବ ବୋଲି କହିଥିଲେ । ଦୂର୍ଗା ପ୍ରସାଦ ଦୋର,ବସନ୍ତ ସାହୁ,ଦେବାଶିଷ ଦାସ,ଆଦି ଛାତ୍ର ଓ ସୋନାଲି ରଥ ,ଅଙ୍କିତା ସାହୁ ଆଦି ଛାତ୍ରୀଙ୍କୁ ସାର୍ଟିଫିକେଟ ଏବଂ ଲାପଟପ୍ ପ୍ରଦାନ କରାଯାଇଥିଲା । ସେସାଷ୍ଟେରଲାଇଟ ତରଫରୁ ନିଜର ସ୍ଵୟଂସହାୟକ ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀ ଗୁଡିକୁ ତଥା ସାମାଜିକ ଦାୟିତ୍ଵବୋଧର କାର୍ଯ୍ୟକ୍ରମ ଗୁଡିକୁ ଏକ ଉଚ୍ଚମାନର ଷ୍ଟଲରେ ପ୍ରଦର୍ଶିତ କରାଯାଇଥିଲା ।

Share in top social networks!