ରାଜନାଥ ସିଂ,ଲାଲକୃଷ୍ଣ ଆଡଭାନୀ ଓ ଚନ୍ଦନ ମିତ୍ରଙ୍କ ପରି ହେଭିୱେଟ ନେତା ଭୁବନେଶ୍ଵରରେ

47453
୨୦୧୪ ଲୋକସଭା ଓ ବିଧାନସଭା ନିର୍ବାଚନଙ୍କୁ ଆଉ ମାତ୍ର କିଛିଦିନ ବାକି ରହିଥିବା ବେଳେ ଆଜି ବିଜେପିର କେନ୍ଦ୍ରୀୟ ହେଭିୱେଟ ନେତାମାନଙ୍କୁ ରାଜଧାନୀ ଭୁବନେଶ୍ଵରରେ ଦେଖିବାକୁ ମିଳିଥିଲା । ରାଷ୍ଟ୍ରୀୟ ବିଜେପି ସଭାପତି ରାଜନାଥ ସିଂ,ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ଚନ୍ଦନ ମିତ୍ରଙ୍କ ପରି ନେତାମାନେ ରହିଥିଲେ । ତେବେ ସେମାନଙ୍କର ଏହି ଅସ୍ତ ରାଜନୈତିକ ଗସ୍ତ ନଥିଲା । ରାଜ୍ୟ ବିଜେପି ସଭାପତି ତଥା ପାଟଣାଗଡ ରାଜା କନକବର୍ଦ୍ଧନ ସିଂଦେଓଙ୍କ କନ୍ୟାଙ୍କ ସହିତ ଉଦୟପୁର ରାଜପୁତ୍ରଙ୍କ ବିଭାଘର ପରେ ଆଜି ହୋଇଥିବା କାର୍ଯ୍ୟ କ୍ରମରେ ଯୋଗଦେବା ପାଇଁ ସେ ଆସିଛନ୍ତି । ଅନ୍ୟପକ୍ଷରେ ଗୁରୁବାର ସକାଳ ୯ଟାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ରାଜନାଥ ସିଂ,ନେତାଜୀଙ୍କ ଜନ୍ମପୀଠ ବୁଲିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!