ଭାରତୀୟ ବୟନ କଳା ସମଗ୍ର ବିଶ୍ଵରେ ଆଦୃତ –ବୟନ ଓ ହସ୍ତତନ୍ତ ମନ୍ତ୍ରୀ ତ୍ରୟୋଦଶ ଜାତୀୟ ହସ୍ତତନ୍ତ ମେଳା ଉଦଘାଟିତ

47447
କଳା ଓ ସ୍ଥାପତ୍ୟର ଦେଶ ଭାବେ ଭାରତ ବିଶ୍ଵ ବିଦିତ । ପୁନଶ୍ଚ ଉତ୍କୃଷ୍ଟ ବାନ୍ଧ କଳା ନୈପୁଣ୍ୟ ପାଇଁ ଓଡିଶାର ସ୍ଥାନ ସ୍ଵତନ୍ତ୍ର । ପୁରୁଷାନୁକ୍ରମିକ ଭାବେ ଓଡିଶା ହସ୍ତତନ୍ତ୍ର ତା’ର ସୁଦୀର୍ଘ,ସମୃଦ୍ଧ ଏବଂ ଗୌରବମୟ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିପାରିଛି । ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ସର୍ବୋକୃଷ୍ଟ ଅୟନକଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରିବା ତଥା ଏହାର ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରି ବୁଣାକାରମାନଙ୍କର ସାମଗ୍ରିକ ବିକାଶ କରିବା ଦିଗରେ ଜାତୀୟ ହସ୍ତତନ୍ତ ମେଳା ଉଦଘାଟନ କରି ବୟନ,ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡିଆଠାରେ ଏହି ମେଳା ଉଦଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ନିମନ୍ତେ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ପାଟ୍ଟଶାଣୀ ଏବଂ ତିନି ବିଧାୟକ ଶ୍ରୀଯୁକ୍ତ ଭାଗିରଥୀ ବଡଜେନା,ଶ୍ରୀ ବିଜୟ କୁମାର ମହାନ୍ତି,ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି ଉଦଘାଟନୀ ସମାରୋହରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ବୟନ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ହାବଡା ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ମେଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଭୁପ୍ରସାଦ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଥିମ୍ ପ୍ୟାଭିଲିଅନ ବୁଲି ଦେଖିବା ସହ ବୁଣାକାରମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା ଏବଂ ପରିଚାଳନା କରିଥିଲେ ସୁଚେତା ପ୍ରିୟଦର୍ଶିନୀ । ଏହି ମେଳାରେ ୧୮ଟି ରାଜ୍ୟର ବୁଣାକାର ଅଂଶଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟଯେ,ଏହି ମେଳା ଆସନ୍ତା ଫେବୃଆରୀ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ଦିବା ୧ଘଟିକାଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ମେଳା ଖୋଲା ରହିବ । ପ୍ରଥମ ଦିବସରୁ ହିଁ ଜିନିଷ କିଣାକିଣି ପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଏବଂ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା ।

Share in top social networks!