ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଶାସନ ବ୍ୟବସ୍ଥା ପଦ୍ଧତି ଓ ପବ୍ଲିକ ପଲିସି ସମ୍ବନ୍ଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କର୍ମଚାରୀଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

47437
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩୦ଜଣ କର୍ମଚାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶ୍ରୀଶ୍ରୀ ରବିଶଙ୍କରଙ୍କ ଦ୍ଵାରା ପ୍ରତିଷ୍ଠିତ ମୁଣ୍ଡାଳିସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଶାସନ ବ୍ୟବସ୍ଥା ପଦ୍ଧତି ଓ ପବ୍ଲିକ ପଲିସି ସମ୍ପର୍କରେ ଆଜି ଉଦଘାଟନ ହୋଇଯାଇଛି । ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ଆଜି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି କହିଥିଲେ ଯେ ସରକାରୀ ସ୍ତରରେ କର୍ମଚାରୀମାନଙ୍କ ଲାଗି ଉଦ୍ଦିଷ୍ଟ ଉକ୍ତ କାର୍ଯ୍ୟକ୍ରମ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ସୁଫଳ ଆଣିବା ଏବଂ ଏକ ସୁସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ । କର୍ମ କ୍ଷେତ୍ରରେ କାର୍ଯ୍ୟ ଜନିତ ଅବସାଦ ଲାଘବ କରିବାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହିତ ସାଧନ କରିବ ବୋଲି ମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି । ଶ୍ରୀଶ୍ରୀ ରବିଶଙ୍କରଙ୍କର ମାନବ ମୂଲ୍ୟବୋଧ ଭିତ୍ତିକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ କହିଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତା ୨୭.୦୧.୨୦୧୪ ରୁ ୩୦.୦୧.୨୦୧୪ ରିଖ ପର୍ଯ୍ୟନ୍ତ ଚାଲିବ । ସରକାରୀ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ସୁବ୍ୟବସ୍ଥା ଓ ସୁଶାସନ ସେବା ପ୍ରଦାନ ମାନବ ସମ୍ବଳ ପରିଚାଳନାରେ ଦକ୍ଷତା ବୃଦ୍ଧି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଧାନ ଆଭିମୁଖ୍ୟ ବୋଲି ଶ୍ରୀଶ୍ରୀ ରବି ଶଙ୍କର ଉକ୍ତ ଉଦଘାଟନୀ ଉତ୍ସବରେ ଯୋଗଦେଇ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

Share in top social networks!