ରାଜାରାଣୀ ସଙ୍ଗୀତ ମହୋତ୍ସବ ଉଦଘାଟିତ

47391ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଶାସ୍ତ୍ରୀୟ ସଙ୍ଗୀତ ସାଙ୍ଗକୁ ବିଭିନ୍ନ ରାଗର ସମାହାର ରାଜାରାଣୀ ମହୋତ୍ସବ ଗତକାଲି ଉଦଯାପିତ ହୋଇଯାଇଛି । ଗୁରୁ ନିମକାନ୍ତ ରାଉତରାୟ,ସୁକାନ୍ତ କୁଣ୍ଡୁ ସଂଗୀତ ପରିବେଷଣ ଓ ବିଦୁଷୀ କଳା ରାମନାଥଙ୍କ ବେହେଲା ବାଦନ ଶ୍ରୋତାମାନଙ୍କୁ ମୁଗ୍ଧକରିଥିଲା । ମର୍ଦ୍ଦଳରେ ସହଯୋଗ ଦେଇଥିଲେ ଗୁରୁ ଧନେଶ୍ଵର ସ୍ଵାଇଁ,ମଞ୍ଜିରାରେ ବୁଦ୍ଧନାଥ ସ୍ଵାଇଁ,ହାରମୋନିୟମରେ ଅଜୟକୁମାର ଦାଶ ଓ ସୁର ମଣ୍ଡଳରେ ଅନୁଜା ତାରିଣୀ ମିଶ୍ର, ତବଲାରେ ଅଭିଜିତ ବାନାର୍ଜୀ ଏବଂ ତାନପୁରାରେ କ୍ଷିତି ପ୍ରକାଶ ଓ ବଳରାମ ପ୍ରମୁଖ ସହଯୋଗ କରିଥିଲେ । ଶେଷ ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ମନୋରଞ୍ଜନ ପଟ୍ଟନାୟକ,ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ଓ ବିଶିଷ୍ଟ କଳା ସମୀକ୍ଷକ ନିତା ବିଦ୍ୟାର୍ଥୀ ।

Share in top social networks!