ସାମାଜିକ କଳୁଷ ବିରୋଧୀ ସଚେତନତା ଅଭିଯାନ ଉପରେ ଦୁଇ ଦିନିଆ କାର୍ମଶାଳା ଉଦଘାଟିତ

imagesଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍.ସି.ଏସ୍.ଟି.ଆର.ଟି.ଆଇ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକା ଠାରେ ଏକ ଦୁଇଦିନିଆ ରାଜ୍ୟସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ସାମାଜିକ କଳୁଷ ବିରୋଧୀ ସଚେତନତା ଅଭିଯାନର ଫଳପ୍ରଦ ରଣକୌଶଳ’ ଉପରେ ଆୟୋଜିତ କାର୍ମଶାଳା କୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଲାଲ ବିହାରୀ ହିମିରିକା ଉଦଘାଟନ କରିଥିଲେ । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହିମିରିକା ଖିଥିଲେ ଯେ,ଏଭଳି କର୍ମଶାଳା ର ଆୟୋଜନ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ । ସମାଜର ପ୍ରତ୍ୟେକ ବର୍ଗ ଏସ୍.ଟି ଓ ଏସ୍.ସି ମାନଙ୍କ ପ୍ରତି ସେମାନଙ୍କର ମନୋଭାବରେ ପରିବର୍ତ୍ତନ କରିବାକୁ ହେବ । ଆମକୁ ଆତ୍ମସମୀକ୍ଷା କରିବାକୁ ପଡିବ । ମାନସିକତାର ପରିବର୍ତ୍ତନ ପାଇଁ ଜାଗରଣର ଆବଶ୍ୟକତା ରହିଛି । ଏହା ଦ୍ଵାରା ସମଯରେ କେହି ଦଳିତ ରହିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ହିମିରିକା ପ୍ରକାଶ କରିଥିଲେ । ଆଜିର ଉଦଘାଟନୀ କର୍ମଶାଳାର ଉତ୍ସବରେ ଏସ୍.ସି.ଏସ୍.ଟି.ଆର.ଟି.ଆଇ ର ନିର୍ଦ୍ଦେଶକ ଡକ୍ଟର ଅଖିଳ ବିହାରୀ ଓତା ସ୍ଵାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସୂଚନା କମିଶନର ପ୍ରଫେସର ରାଧାମୋହନ ତାଙ୍କର ପ୍ରାରମ୍ଭିକ ଭାଷଣରେ ସାମାଜିକ କଳୁଷକୁ ଦୂର କରିବା ପାଇଁ ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ ନୀତି ନିୟମ ସମ୍ବନ୍ଧରେ ସମ୍ୟକ ସୂଚନା ଦେଇଥିଲେ । କର୍ମଶାଳାର ପ୍ରଥମ ଅଧିବେଶନର ଆରମ୍ଭରେ ଏସ୍.ସି.ଆର.ଟି ର ପୂର୍ବତନ ଆଞ୍ଚଳିକ ମୁଖ୍ୟ ଶ୍ରୀ ରାମାକାନ୍ତ ମିଶ୍ର ନାଗରିକ ସୁରକ୍ଷା ଅଧିକାର ଆଇନ ଓ ନିର୍ଯ୍ୟାତନା ନିବାରଣ ଆକ୍ଟ ଓ ନିୟମାବଳୀର ସମସ୍ତ ପ୍ରୋଭିଜନ୍ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ପରେପରେ ଓଡିଶାର ପୂର୍ବତନ ସୂଚନା କମିଶନର ପ୍ରଫେସର ରାଧାମୋହନଙ୍କ ଅଧ୍ୟକ୍ଷତାରେ ଟେକ୍ନିକାଲ ସେସନ୍ ଆରମ୍ଭ ହୋଇଥିଲା । ଏହି ଟେକ୍ନିକାଲ ସେସନରେ ସମ୍ପାଦକ ଶ୍ରୀ ରବି କାନୁନଗୋ ,ସୋସିଆଲ ଆକ୍ଟିଭିଷ୍ଟ ଶ୍ରୀ ମାନସ ଜେନା, ୟୁ.ଏନ.ଡି.ପି ରାଜ୍ୟ ଶାଖା ମୁଖ୍ୟ ଶ୍ରୀ ଅମ୍ବିକା ନନ୍ଦ,ଟି.ଆଇ.ଆଇ.ର ନିର୍ଦ୍ଦେଶକ ସଞ୍ଜୟ ବସୁ,ସ୍ଵରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ଶ୍ରୀ ପି.ସି ପ୍ରଧାନ ପ୍ରମୁଖ କର୍ମଶାଳାରେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କର୍ମଶାଳାର ୨ ୟ ଅଧିବେଶନରେ ‘ସାମାଜିକ କଳୁଷ ବିରୋଧୀ ସଚେତନତା ଅଭିଯାନର ଫଳପ୍ରଦ କୌଶଳ’ ଉପରେ ଶ୍ରୀ ବିନୟ କୁମାର ବେହେରା,ଆଇ.ପି.ଏସ୍ , ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ମଶାଳା ୨ ଦିନ ଧରି ଚାଲିବ । ଆଜିର କର୍ମଶାଳାରେ ୫୩ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

Share in top social networks!
Powered By Indic IME