ଭାରତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ୧୫୦ ତମ ପୂର୍ତ୍ତି ଉଶ୍ଚବ

ଅର୍କେଲୋଜିକାଲ ସର୍ଭେ ଓଫ ଇଣ୍ଡିଆର ୧୫୦ତମ ଉଶ୍ଚବ ଉପଲକ୍ଷେ ଭଞ୍ଜ କଳାମଣ୍ଡପ ସନ୍ନିକଟ ରେ ଏକ ଆକର୍ଷଣୀୟ ସୂଚନାତ୍ମକ ଫଟୋ ପ୍ରଦର୍ଶନୀକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ଏବଂ ଯୋଜନା ସମନ୍ଵୟ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଉଦ୍ଘାଟନ କରିଛନ୍ତି | ଏହି ଅବସରରେ ଏକ ସାଧାରଣ ସଭା ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମନ୍ତ୍ରୀ ଶ୍ରୀଯୁକ୍ତ ମହାନ୍ତି ଓଡିଶାରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ | ବିଭିନ୍ନପୁରାତନ କୀର୍ତିରାଜି ଗୁଡିକର ସୁରକ୍ଷା ଦିଗରେ ସଂସ୍କୃତି ବିଭାଗ ବିହିତ ପଦକ୍ଷେପ ନେଉଛି ବୋଲି ସେ ପ୍ରକାଶ କରିଥିଲେ | ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡାଃ ଅମିୟ କୁମାର ପଟ୍ଟନାୟକ ଓଡିଶାର ପ୍ରତ୍ନତାତ୍ତ୍ୱିକ ପରମ୍ପରା ଉଚକୋଟୀ ର ହୋଇଥିବା ଦୃଷ୍ଟିରୁ ତାର ରକ୍ଷଣାବେକ୍ଷଣ ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ଵାରୋପ କରିଥିଲେ | ଏ.ଏସ୍.ଆଇ ପୂର୍ବାଞ୍ଚଳ ପ୍ରାଦେଶିକ ନିର୍ଦେଶକ ଶ୍ରୀ ତପନ ଜ୍ୟୋତି ବୈଦ୍ୟ ଉକ୍ତ ସଭାରେ ଅଧ୍ୟକ୍ଷତା କରି ବିଭାଗ ତରଫରୁ ନିୟାଯାଇଥିବା ବିଭନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ | ଏହି ପରିପ୍ରେକ୍ଷୀରେ ଅତିଥି ଓ ବିଭାଗୀୟ ପୂର୍ବତନ ଅଧକାରୀ ଓ କର୍ମଚାରୀ ମାନଙ୍କୁ ସଭାରେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା | ଏ.ଏସ୍.ଆଇ ଭୁବନେଶ୍ଵର ଅଧ୍ୟକ୍ଷ ଶ୍ରୀ ଏ.କେ.ପଟେଲ ,ଉପାଧ୍ୟକ୍ଷ ଡାଃ ଜେ .କେ .ପଟ୍ଟନାୟକ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ |

Share in top social networks!