ଇଣ୍ଡୋ –ନିଶାନ୍ ନୁଡୁଲ୍ସ କାରଖାନା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

2191_tn_15-1-2014=1ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ Indo-Nissan Nodulesକାରଖାନା ଉଦଘାଟନ କରିଛନ୍ତି । ଏହି କାରଖାନାରେ ଉତ୍ପାଦନ କ୍ଷମତା ବାର୍ଷିକ ୨୦୦୦ ମେଟ୍ରିକ ଟନ୍ ଥିବାବେଳେ ଏଥିରେ ୫୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିପାରିବ । ସାରା ବିଶ୍ଵର ୨୦ଟି ଦେଶରେ କମ୍ପାନୀର ୫୦ ଟି କାରଖାନା ଥିବାବେଳେ ବାଙ୍ଗାଲୋର ପରେ ଖୋର୍ଦ୍ଧା ଠାରେ ଏହା ଭାରତରେ କମ୍ପାନୀର ଦ୍ଵିତୀୟ କାରଖାନା ଅଟେ । ପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଯାଇ ସୋରଡା ଓ ଖାଲିକୋଟ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଋଷିକୁଲ୍ୟା ନଦୀର କୋଟିବାଡ-ଗେଞ୍ଜା ଓ ପଦ୍ମପୁର –ଗାଙ୍ଗପୁର ରାସ୍ତାରେ ନୂତନ ସେତୁର ଶିଳାନ୍ୟାସ ସୋରଡା ଠାରେ କରିବା ସହିତ ସେଠାରେ ନୂତନ forest rouge office ,ଭାରତନିର୍ମାଣ ରାଜୀବଗାନ୍ଧି ସେବାକେନ୍ଦ୍ର ଉଦଘାଟନ ଏବଂ କୋଳଥୀ ଗାଁ ଠାରେ ବନ୍ଧଘାଟ ନଳା ଉପରେ ସେତୁର ଶିଳାନ୍ୟାସ,କୀର୍ତ୍ତିପୁର ରେ ପାଇପଜଳ ଯୋଗାଣ ପ୍ରକଳ୍ପ,ଭେଜିପୁଟ ଠାରେ Capex ଯୋଜନାରେ ନିର୍ମିତ ୩୩/୧୧ କେଭି substation ର ଉଦଘାଟନ କରିବା ସହିତ ଖଲିକୋଟ ବ୍ଲକ ପାଇଁ ପାଇପ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା ।