ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ରକରି ରାଜଧାନୀ ସରଗରମ;ପ୍ରାର୍ଥୀ ଦୌଡ ରେ ଘଡେଇ,ଅନଙ୍ଗ,କିଶୋର ଓ ଅନୁଭବ ।

download (2)ଆସନ୍ତା ରାଜ୍ୟସଭା ନିର୍ବାଚନ କୁ କେନ୍ଦ୍ରକରି ରାଜଧାନୀର ରାଜନୈତିକ ଆସର ମାନଙ୍କରେ ବାତାବରଣ କ୍ରମଶଃ ସରଗରମ ହେବାର ଲାଗିଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟର ଖାଲିହେଉଥିବା ୪ଟି ଆସନ ର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ନେଇ ଗୋଟିଚଳା, ଅଙ୍କକସା ଓ କଳ୍ପନାଜଳ୍ପନା ଶୀର୍ଷ ସ୍ତରରେ ପହଞ୍ଚିବାରେ ଲାଗିଛି । ନିର୍ବାଚନୀ ଗଣିତ ଯାହା ସେଥିରେ ବିଜୁ ଜନତାଦଳ ଆରାମରେ ୩ ଟି ଆସନ ଅକ୍ତିଆର କରିନେବ । ପ୍ରତ୍ୟେକ ଆସନ ପାଇଁ ୩୦ ଟି ଭୋଟ ର ଆବଶ୍ୟକତା ଥିବାରୁ ଦଳର ୩ ଜଣ ପ୍ରାର୍ଥୀ ପ୍ରଥମ ପସନ୍ଦ ଭୋଟ ଆଧାରରେ ହିଁ ବିଜୟ ଲାଭ କରିବେ । ବାକି ରହୁଥିବା ଗୋଟିଏ ଆସନ ପାଇଁ ଉଭୟ ବିଜେଡ଼ି ଓ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ କସରତ ବାଜି ଏବଂ ବଳ କଷାକଷି ହେବାର ପକ୍କା ସୂଚନା ମିଳୁଛି । କଂଗ୍ରେସର ୨୭ ଜଣ ବିଧାୟକ ଥିବାବେଳେ ଦଳ ଆଉ ତିନିଜଣ ସ୍ଵାଧୀନ ବିଧାୟକ ଙ୍କର ସମର୍ଥନ ଯୋଗାଡ କରିବା ବିଶେଷ କିଛି ଅସୁବିଧା ଜଣକ ହେବ ନାହିଁ ବୋଲି ଧରାଯାଉଛି । ଅନ୍ୟପକ୍ଷରେ ବିଜୁ ଜନତାଦଳ ଜଣେ ସମ୍ନାନାସ୍ପଦ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ବଳକା ରହୁଥିବା ୧୮୭ ଟି ଭୋଟ ପ୍ରଦାନ କରି ଭାରତୀୟ ଜନତା ପାର୍ଟି ,ସ୍ଵାଧୀନ ଓ ଏପରିକି ବିଦ୍ରୋହୀ କଂଗ୍ରେସ ବିଧାୟକ ଙ୍କର ଭୋଟ ଆଧାରରେ ଏହି ଆସନଟିରେ ମଧ୍ୟ ବାଜି ମାରିବା କୁ ଚେଷ୍ଟା କରିବ ବୋଲି ଆଭାସ ମିଳୁଛି ।ଚର୍ଚ୍ଚାରେ ବାହୁନାମ ରହିଥିଲେ ସୁଦ୍ଧା ବିଜେଡ଼ି ର ତିନୋଟି ଆସନ ପାଇଁ ପାର୍ଥୀ ତାଲିକାରେ ପ୍ରଫୁଲ୍ଲ ଘଡାଇ,ଅନଙ୍ଗ ଉଦୟ ସିଂଦେଓ ,ଅନୁଭବ ମହାନ୍ତି ଓ ବର୍ତ୍ତମାନର ସଦସ୍ୟା ରେଣୁବାଳା ପ୍ରଧାନ ପ୍ରମୁଖ ରହିଛନ୍ତି । କଂଗ୍ରେସ ତରଫରୁ ସ୍ଵାଭାବିକ ଭାବେ ଦୌଡରେ ଆଗରେ ରହିଛନ୍ତି ଏବେକାର ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ । ବିଜେଡ଼ି ସମର୍ଥନରେ ୪ର୍ଥଆସନ ଟି ପାଇଁ ଯେଉଁ ସ୍ଵାଧୀନ ସଦସ୍ୟ ମାନଙ୍କର ନାମ ଆଲୋଚନାକୁ ଆସୁଛି ସେମାନଙ୍କ ମଧ୍ୟରେ ଅଗ୍ରଭାଗରେ ରହିଛନ୍ତି ଦିଲ୍ଲୀର ବରିଷ୍ଠ ସାମ୍ବାଦିକ କିଶୋର ଦ୍ଵିବେଦୀ । ଶ୍ରୀ ଦ୍ଵିବେଦୀ ଏବେ ୪ର୍ଥ ଥର ପାଇଁ ଲୋକସଭା ପ୍ରେସ ପରାମର୍ଶ ଦାତା କମିଟିର ସଦସ୍ୟ ,ଦୀର୍ଘଦିନ ଧରି ଦିଲ୍ଲୀ ସାମ୍ବାଦିକ ସଂଘର ସଭାପତି ଓ ନୂତନ କରି ଗଢା ଯାଇଥିବା ବିଶ୍ଵର ପ୍ରବାସୀ ଓଡିଆ ସଂଗଠନ ମାନଙ୍କର ସମୂହ ସଂଘ ଅସୀମ ଓଡିଶାର ଉପସଭାପତି ଅଛନ୍ତି । ୮୦ ଦଶକର ଲୋକପ୍ରିୟ ଛାତ୍ର ନେତା ଶ୍ରୀ ଦ୍ଵିବେଦୀ ଙ୍କର ବିଜେଡ଼ି,ବିଜେପି ଓ କଂଗ୍ରେସ ଦଳର ତୁଙ୍ଗନେତାମାନଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ରହିଛି । ବିଶେଷକରି ବିଜେଡ଼ିର ଦିଲ୍ଲୀ ରାମଲିଳା ମଇଦାନ ରାଲି ସଫଳ କରାଇବାରେ କିଶୋରଙ୍କର ପ୍ରମୁଖ ଭୂମିକା ରହିଥିବାରୁ ତାଙ୍କୁ ଶାସକ ଦଳ ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା କୁ ପଠାଇ ବାକୁ ପସନ୍ଦ କରିବେ ବୋଲି ଧରାଯାଉଛି ।

Share in top social networks!
Powered By Indic IME