ବିଧାନସଭା ରେ ଉଠିଲା ସରକାର –ମାଓବାଦୀ ସମ୍ପର୍କରେ ଏନଆଇଏ ତଦନ୍ତ ଦାବୀ

17 MONDAY ASSAMBLY VEW (4)ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କୃଷ୍ଣା ତଥା ବିଧାୟକ ଝିନ ହିକାକାଙ୍କ ଅପହରଣ ବେଳେ ସରକାର ମାଓବାଦୀ ମାନଙ୍କୁ ଟଙ୍କା ଦେଇଥିବା ସମ୍ପର୍କରେ ଅଭିଯୋଗ ଆସିଛି | ମଧ୍ୟସ୍ତି ନିଜେ ଏହି ତଥ୍ୟ ପଦାକୁ ଆଣିଛନ୍ତି | ଏହା ଠାରୁ ସାଂଘାତିକ କଣ ହୋଇପାରେ | ତେଣୁ ଏହି ସଙ୍ଗୀନ ଅଭିଯୋଗର ଏନଆଇଏ ତଦନ୍ତ ହେବାର ଆବଶ୍ୟକତା ରହିଛି | ଏନଆଇଏ ତଦନ୍ତ ପାଇଁ ଏହା ଫିଟ କେସ | ସୋମବାର ଦିନ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ଏହା କହିଛନ୍ତି | ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସରକାର ପୁର୍ବତନ ଜିଲ୍ଲାପାଳ ଆର ଭିନିଲ କୃଷ୍ଣା ତଥା ବିଧାୟକ ବିଧାୟକ ଝିନ ହିକାକାଙ୍କ ଅପହରଣ ସମୟରେ ମାଓବାଦୀ ମାନଙ୍କୁ ଛଅ କୋଟି ଟଙ୍କା ଦେଇଥିବା ମଧ୍ୟସ୍ତି ଦଣ୍ଡପାଣି ମହାନ୍ତି କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି |ଏହାଠାରୁ ସଙ୍ଘାତିକ ଅଭିଯୋଗ ଆଉ କଣ ବା ହୋଇପାରେ | ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନର ଧାରା ୧୦ ଅନୁଯାୟୀ ବେଆଇନ କାମ ପାଇଁ ଟଙ୍କା ଦେବା ଓ ନେବା ଉଭୟ ଅପରାଧ | ଏହି ଅପରାଧ ପାଇଁ କଡା ବ୍ୟବସ୍ଥା ରହିଛି |
ଶ୍ରୀ ହାରିଚନ୍ଦନ କହିଛନ୍ତି ଯେ ଆତଙ୍କବାଦ ସହ ଜଡିତ ମାମଲାର ତଦନ୍ତ ପାଇଁ ଏନଆଇଏ ସଂସ୍ଥା ଗଠିତ ହୋଇଛି | ରାଜ୍ୟର ପୋଲିସ ମହାନିର୍ଦେଶକ ଏହି ସଂସ୍ଥା ରେ କାର୍ଯ୍ୟ କରିଛନ୍ତି |ଏହି ମାମଲାରେ ମନ୍ତ୍ରୀଙ୍କ ନାମ ସିଧାସଳଖ ଆସୁଛି | ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଯାଇ ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଛି | ଏ ସମ୍ପର୍କ ରେ ପୂର୍ବରୁ ବିଧାନସଭା ରେ ଅଭିଯୋଗ କରଯାଇଥିଲା ଏଏଜେଆଇ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି | ଟଙ୍କା କିଏ ଦେଇଥିଲା ,କିଭଳି ଦେଇଥିଲା ଏହାର ତଦନ୍ତ ହେବା ଅବଶ୍ୟକ | ତେଣୁ ଏହାର ତଦନ୍ତ ଦାୟୀତ୍ଵ ଏନଆଇଏ କୁ ଦିଆଜିବା ଆବଶ୍ୟକ ବୋଲି କହିଥିଲେ |

Share in top social networks!