ରାଜ୍ୟସଭା ଭୋଟ ଫେବୃଆରି ୭ ତାରିଖରେ

46682
ଓଡିଶାରେ ୪ଟି ରାଜ୍ୟସଭା ଆସନଲାଗି ଆସନ୍ତା ଫେବୃଆରୀ ୭ ତାରିଖରେ ନିର୍ବାଚନ ହେବ । ଏଥିପାଇଁ ଜାନୁଆରୀ ୨୮ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ଲାଗି ଦିନ ଧାର୍ଯ୍ୟ କରାଯାଇଛି ।ନିର୍ବାଚନ କମିଶନ ଆଜି ଏ ସମ୍ପର୍କରେ ନୋଟିସ ଜାରି କରିଛନ୍ତି । ଆସନ୍ତା ଅପ୍ରେଲ ୨ ତାରିଖ ଦିନ ଓଡିଶାର ୪ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରିବ । କଂଗ୍ରେସର ରାମଚନ୍ଦ୍ର ଖୁଣ୍ଟିଆ,ବିଜେଡ଼ିର ମଙ୍ଗଳା କିଷାନ,ରେଣୁବାଳା ପ୍ରଧାନ ଓ ବିଜେପି ସାଂସଦ ବଲବୀର ପୁଞ୍ଜଙ୍କ କାର୍ଯ୍ୟ ଅବଧି ଶେଷ ହେବ । ମାର୍ଚ୍ଚ ମାସରୁ ସାଧାରଣ ନିର୍ବାଚନ କମିଶନ ଏଥର ଯଥେଷ୍ଟ ଆଗୁଆ ରାଜ୍ୟସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ କମିଶନ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି । ଏହି ୪ଟି ଆସନରୁ କେଉଁ ଦଳ କେତେ ଆସନ ହାତେଇବେ,ସର୍ବୋପରି କିଏକିଏ ରାଜ୍ୟସଭା ଯିବେ ସେ ନେଇ ବିଭିନ୍ନ ରାଜନୈତିକ ଦଳ କସରତ ଆରମ୍ଭ କରିଦେଇଛନ୍ତି । ଏଥର ଖାଲି ହେଉଥିବା ୪ଟି ଆସନ ଲାଗି ଗଣିତ ହେଉଛି ଏମିତି । ୧୪୭ ଆସନ ବିଶିଷ୍ଟ ଓଡିଶା ବିଧାନସଭା ରେ ଏବେ ବିଜେଡ଼ିର ୧୦୮,କଂଗ୍ରେସର ୨୭ ଓ ବିଜେପିର ୬ଜଣ ବିଧାୟକ ଥିବାବେଳେ ସିପିଆଇର ଜଣେ ଓ ସ୍ଵାଧୀନର ୬ଜଣ ବିଧାୟକ ଅଛନ୍ତି ।

Share in top social networks!
Powered By Indic IME