ନବୀନ ନିବାସ ଅତର୍କିତ ଭାବେ ଘେରାଉ କଲା କୃଷକ ସଙ୍ଗଠନ

17 NABIN NIWAS GHEROU (6) ଫସଲର ଲାଭକାରୀ ମୂଲ୍ୟ ସନ୍ନମାନ ଚାଷୀଙ୍କୁ ପେନସନ ଦେବା ପାଇଁ ଦାବୀ କରି ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନିବସ ଘେରାଉ ଉଦ୍ୟମ କରଯାଇଥିଲା | ସକାଳ ୫ଟା ୪୫ମିନିଟ ସମୟରେ ହଠାତ୍ ସଙ୍ଗଠନ ପକ୍ଷରୁ ଚାଷୀ ଆନ୍ଦୋଳୋନକାରୀ ମାନେ ୧୪୪ ଧାରା ହାଇ ସିକ୍ୟୁରିଟି ଭାଙ୍ଗି ସୁରକ୍ଷା ବଳୟ ଭିତରକୁ ପଶି ଆସିଥିଲେ | କାହା ପାଖରେ ଏ ସମ୍ପର୍କରେ କୌଣସି ଖବର ନଥିଲା | ତେବେ ଏ ଖବର ପାଇ ପୋଲିସ ୭ମିନିଟ ପରେ ଘଟଣା ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ସେଠାରୁ ହଟେଇବା ପ୍ରୟାସ କରିଥିଲା | ଏ ମଧ୍ୟରେ ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା | ପୋଲିସ ୫୦ରୁ ଉର୍ଦ୍ଧ ଚାଷୀଙ୍କୁ ଗିରଫ କରିନେଇଥିବା ଜଣାଯାଇଛି | ବିଧାନ ସଭାରେ ବାରମ୍ବାର ଚାଷୀଙ୍କ ସମସ୍ୟା ସଂପର୍କ ରେ କଥା ଉଠୁଥିଲେ ମଧ୍ୟ ସରକାର ଏହାର କୌଣସି ସମାଧାନ କରୁନଥିବାରୁ ଆଜି ଅତର୍କିତ ଭାବେ ଏହି ଘେରାଉ କରାଯାଇଥିବା ଆନ୍ଦୋଳନ କାରୀ ମାନେ ପ୍ରକାଶ କରିଛନ୍ତି |

(ମନ୍ତ୍ରୀ କହିଲେ ଏହା ତାରିକା ନୁହେଁ )
ତେବେ ବିନା ନୋଟିସରେ ଏପରି କରିବା ଉଚିତ ନୁହେଁ ବୋଲି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି | ଘେରାଉ କରିବାର ତାରିକା ରହିଛି | ଏପରି ଭାବେ ବିନା ନୋଟିସରେ କେହି ଘେରାଉ କରନ୍ତି ନହିଁ | ରାଜ୍ୟରେ ଯେତେବେଳେ ଚାଷୀଙ୍କ କଥା ଉଠେ ମୁଖ୍ୟମନ୍ତ୍ରୀ ତାକୁ ସହୃଦୟର ସହକାରେ ବିଚାର କରି ସମାଧାନ କରିଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି |

Share in top social networks!