ବେଦାନ୍ତକୁ ଖଣି ଲିଜ ଦେବାକୁ ମନାକଲେ କେନ୍ଦ୍ର ସରକାର
ଓଡିଶାର ବେଦନ୍ତା କମ୍ପାନୀକୁ ଖଣି ଲିଜ ଦେବା ପାଇଁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ମନା କରି ଦେଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ଖଣିକୁ କମ୍ପାନୀ ଲିଜ ନେଇ ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବା ପାଇଁ ଆବେଦନ କରିଥିବା ବେଳେ ଓଡିଶା ସରକାର ଏହାକୁ ମଞ୍ଜୁର କରିଥିଲେ । ତେବେ ଗ୍ରାମସଭା ଗୁଡିକର ନିସତ୍ତିକୁ ଆଖିଆଗରେ ରଖି କେନ୍ଦ୍ର ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ଏହି ମାମଲା ଚାଲିଥିବା ବେଳେ ଉଚ୍ଚତମ ମ୍ୟାୟାଳୟ ସ୍ଥାନୀୟ ଆଦିବାସୀ ମାନଙ୍କ ଗ୍ରାମସଭାରେ ମତାମତ ନେବା ପରେ କେନ୍ଦ୍ର ସରକାର ଯାହାକିଛି ପଦକ୍ଷେପ ନିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଫଳରେ 7ଟି ସ୍ଥାନରେ ଗାମସଭା କରାଯାଇଥିଲା । କୌଣସି ଗୋଟିଏ ହେଲେ ଗାମସଭାରେ ବେଦାନ୍ତକୁ ଖଣି ଲିଜ ଦେବା ସପକ୍ଷରେ ମତ ମିଳିନଥିଲା ।