ଅଧ୍ୟାପକ ମାନଙ୍କ ପଦୋନ୍ନତି : କଲେଜ ଶିକ୍ଷକ କର୍ମଚାରୀ ସଂଘର ସ୍ଵାଗତ

46444
ଦୀର୍ଘ ୩୦ ବର୍ଷ ଧରି ରାଜ୍ୟ ସରକାରଙ୍କ ବେତନ ହାରରେ ଦରମା ପାଉଥିବା ୩୯୮୪ ଅଧ୍ୟାପକ ମାନଙ୍କୁ ରାଜ୍ୟସରକାର ପଦୋନ୍ନତି ଡେଣା ଘୋଷଣା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସ୍ଵାଗତ କରାଯାଇଛି । ସଂଘର ଦୀର୍ଘ ଦିନର ଦାବି ଓ ପ୍ରଚେଷ୍ଟା ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ,ଅର୍ଥମନ୍ତ୍ରୀ ,ଉଚ୍ଚଶିକ୍ଷା ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର,ଅର୍ଥବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ ଜଣାଯାଇଛି । ସେହିପରି ଉଚ୍ଚଶିକ୍ଷା କ୍ଷେତ୍ରରେ ରହିଥିବା ସମସ୍ୟା ଗୁଡିକର ସମାଧାନ କରି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ସଂଘର ସାଧାରଣ ସଂପାଦକ ଚିତ୍ତ ମହାପାତ୍ର ଅନୁରୋଧ କରିଛନ୍ତି ।

Share in top social networks!
Powered By Indic IME