ଚିଲିକା ସମୁଦ୍ର ମୁହାଣ ମେଲୁଛି: ପ୍ରଦିଦିନ ୨୦ ଝାଉଁ ଗଛ ଗର୍ଭକୁ ନେଉଛି

images
ପ୍ରାକୃତିକ ନିୟମକୁ ଅବରୋଧ କରି ନୂଆ ମୁହାଣ ଖୋଲାଯିବା ଯୋଗୁଁ ସମୁଦ୍ରର ଆବିକାଳରୁ ଚଳାଚଳ ଢେଉ ଏବେ ଅନ୍ୟପଟେ କୂଳ ଖାଉଛି । ନୂଆ ମୁହାଣକୁ କଂକ୍ରିଟ ବାଡ ନଥିବାରୁ ତା କୂଳରୁ ପ୍ରତିଦିନ ୨୦ ଝାଉଁଗଛ ତ ଗର୍ଭକୁ ଟାଣିନେବା ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ବ୍ୟଥିତ କରିଛି । ସମୁଦ୍ରକୂଳରେ ଥିବା ବାଲିବନ୍ତକୁ ଲୋକେ ଟ୍ରାକ୍ଟର ଯୋଗେ ଘର ମୂଳଦୁଆ ପୋତିବାକୁ ନେଇ ଯାଉଥିବାରୁ ୫୦ ଫୁଟର ବାଲିବନ୍ତ ଏବେ ସମୁଦ୍ର ଚିଲିକା ଲେବୁଲରେ ରହିଛି । ଚିଲିକା ଉନୟନ ପାଇଁ ବହୁ ଡିଣ୍ଡିମ ବାଜୁଥିବାବେଳେ ଚିଲିକା ପୋତିହେବାକୁ ବସିଲାଣି । ଚିଲିକା ମହୋତ୍ସବ ନାଁରେ ଓ ଚିଲିକା ଉନ୍ନୟନ ନାଁରେ ଆସୁଥିବା କୋଟିକୋଟି ଟଙ୍କା ବାଟମାରଣା ହୋଇଯାଉଥିବା ଯୋଗୁଁ ମତ୍ସ୍ୟଜୀବୀ ଓ ଚିଲିକାରେ ନିର୍ଭରଶୀଳ ଅଣମତ୍ସ୍ୟଜୀବୀ ମାନଙ୍କର ଆର୍ଥିକ ମାନଦଣ୍ଡର ଉନ୍ନତି ନହେବା ଫଳରେ ସେମାନେ ଗୁଜୁରାଟର ସୁରତ ସହରକୁ ସୂତାକଳାରେ କାମ କରିବାକୁ ଚାଲିଯାଉଥିବା ପରିଲକ୍ଷିତ ହେଉଛି । ନୂଆ ମୁହାଣ ଓ ପୁରୁଣା ମୁହାଣ ବ୍ଯତୀତ ସମୁଦ୍ର ଏବେ ପ୍ରାକୃତିକ ନିୟମରେ ଅନ୍ୟ ଏକ ମୁହାଣ ଖୋଲି ଚିଲିକା ସହ ମିଶିବାକୁ ଚେଷ୍ଟା କରୁଥିବା ବହୁ ବୟୋଜ୍ୟେଷ୍ଠ ଅଧିବାସୀ ମତଦେଲେଣି ।

Share in top social networks!
Powered By Indic IME