ଆରମ୍ଭ ହେଲା ଓଡିଶା ପୋଲିସ ଅଧିକାରୀମାନଙ୍କର ୫୭ ତମ ସମ୍ମିଳନୀ

47140ଓଡିଶା ମାଓବାଦୀ ପାର୍ଟିର ସଚିବ ସବ୍ୟସାଚୀ ପଣ୍ଡାଙ୍କୁ ଧରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ପ୍ରକାଶ କରିଛନ୍ତି । କଟକ ଠାରେ ଆରମ୍ଭ ହୋଇଥିବା ଓଡିଶା ପୋଲିସ ଅଧିକାରୀମାନଙ୍କର ୫୭ ତମ ସମ୍ମିଳନୀକୁ ଉଦଘାତନ କରିବା ପରେ ସାମ୍ବାଦିକମାନଙ୍କୁ ଏହି ସମ୍ପର୍କରେ ସୁହାନା ଦେଇ ସେ କହିଲେ ଯେ,ରାଜ୍ୟରେ ମାଓ ମୁକାବେଲା ରଣନୀତିକୁ ଜୋରଦାର କରାଯିବ । ହାଇୱେ ପୋଲିସିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ତୃଟିହୀନ ଚାର୍ଜସିଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀରେ ୧୧୦ରୁ ଉର୍ଦ୍ଧ୍ଵ ଉଚ୍ଚପଦାଧିକାରୀ ମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସୂଚନା ଦେଇ ଡ଼ିଜି କହିଲେ ନକ୍ସଲ ସମସ୍ଯା ଆମ ପାଇଁ ମୂଳ ଚ୍ୟାଲେଞ୍ଜ । ଏହାକୁ କିପରି ଭାବେ ମୂଳପୋଛ କରାଯିବ ତାହା ଉପରେ ଦ୍ରୁଷ୍ଟି ଦିଆଯିବ । ସେହିପରି ନକ୍ସଲ ସମସ୍ୟା କରିବା କ୍ଷେତ୍ରରେ ପୋଲିସ ତାର କାର୍ଯ୍ୟଧାରା ଜାରି ରଖିଛି ବୋଲି ସେ ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ବିଶେଷ ଭାବେ ଗୁରୁତ୍ଵ ପ୍ରଦାନ କରାଯିବ । ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଜାରି ରହିଛି । ଆଗାମୀ ଦିନରେ ପୋଲିସ କିପରି ସାଧାରଣ ଲୋକଙ୍କ ବିଶ୍ଵାସ ଭାଜନ ହୋଇପାରିବ ତାହା ଉପରେ ଦୃଷ୍ଟି ଦିଆଯିବା ଉପରେ ଗୁରୁତ୍ଵ ଦିଆଯାଉଛି ବୋଲି ପୋଲିସ ଡ଼ିଜେ ଶ୍ରୀ ମିଶ୍ର କହିଛନ୍ତି । ସେହିପରି ପୋଲିସର କାର୍ଯ୍ୟଦକ୍ଷତା କୁ ବଢାଇବା ପାଇଁ କର୍ମଚାରୀ ସଂଖ୍ୟା ବଢାଇ ଦିଆଯିବା ଉପରେ ଗୁରୁତ୍ଵ ଦିଆଯାଉଛି ବୋଲି ଡ଼ିଜି ପ୍ରକାଶ କରିଛନ୍ତି । ଆଜି ଏହି ସମ୍ମିଳନୀରେ ସମସ୍ତ ଆଇପିଏସ,ଏସପି,ଡ଼ିଜି,ଡ଼ିଆଇଜି ପ୍ରମୁଖ ଯୋଗଦାନ କରିଥିଲେ । ଆସନ୍ତାକାଲି ଭୁବନେଶ୍ଵର ଠାରେ ବୈଠକ ହେବ ।

Share in top social networks!
Powered By Indic IME