ହିଞ୍ଜଡାମାନଙ୍କ ପାଇଁ ବୋର୍ଡ ଗଠନ କରାଯାଉ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ଡ୍ରାଫ୍ଟ ପଲିସି

ଭରତବର୍ଷରେ ସବୁଠାରୁ ଅବହେଳାର ଶିକାର ହେଉଛନ୍ତି କିନ୍ନରମାନେ | ସେମାନଙ୍କ ଅଧିକାର ପାଇଁ କେହି ଅଣ୍ଟା ଭିଡୁ ନଥିବା ବେଳେ ସେମାନଙ୍କୁ ବହୁ ସମୟରେ ଟାହିଟାପରା ସହିବାକୁ ପଡୁଛି | ଖାଲି ସେତିକି ନୁହେଁ ସେମନଙ୍କୁ ସରକାରୀ ସ୍ତରରେ ଅବହେଳା କରାଯିବା ସହ ବହୁ ସମଯରେ ସେମାନଙ୍କୁ ସରକରୀ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବାପାଇଁ ଦିଆଯାଇନଥାଏ |କିନ୍ତୁ ଏବେ ଧୀରେ ଧୀରେ ସେମାନଙ୍କ ପ୍ରତି ଥିବା ଲୋକମାନଙ୍କ ଘୃଣା ଭାବ କମିଛି | ୨୦୧୦ ମସିହାରେ ନିଖିଳ ଓଡିଶା ହିଞ୍ଜଡା ମହାସଂଘ ତରଫରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଡ୍ରାଫ୍ଟ ବିଲ୍ ଫର ଇୟୁନିକ ୱେଲଫେୟାର ଆକ୍ଟ (DRAFT BILL FOR EUNUCH WELFARE ACT) ପ୍ରଦାନ କରାଯାଇଥିଲା | କିନ୍ତୁ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାହାକୁ ସରକାର ବିଚାରକୁ ନେଲେନାହିଁ |

16 HINJIDA MURGI PUJA (2)କିନ୍ତୁ ଏବେ ପୁଣି ମାନ୍ୟବର ବାଚସ୍ପତି ପ୍ରଦୀପ କୁମାର ଅମାତଭକ ଉଦେଶ୍ୟରେ ତାଙ୍କ ସଚିବଙ୍କୁ ତାଙ୍କ କାର୍ଯ୍ୟ|ଳୟରେ ଏକ ଡ୍ରାଫ୍ଟ ପଲିସି ଦିଆଯିବା ସହ ଦୀର୍ଘ ଅଧଘଣ୍ଟାଏ ଧରି ସଚିବଙ୍କ ସହ ଆଲୋଚନା କରଯାଇଥିଲା | ତାପରେ ହିଞ୍ଜଡା ମହାସଂଘର ସଭାପତି ପ୍ରତାପ କୁମାର ସାହୁଙ୍କ ନେତୃତ୍ବରେ ଅନର୍କଲି କିନ୍ନର, ମାଧୁରୀ କିନ୍ନର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ ମଧ୍ୟ ଏକ ଡ୍ରାଫ୍ଟ ପ୍ରଦାନ କରଯାଇଥିଲା | ସେଠାରେ ମଧ୍ୟ ତାଙ୍କ ଅଧିକାରୀଙ୍କୁ ଡ୍ରାଫ୍ଟର ଏକ କପି ଦେବା ପରେ ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଡ୍ରାଫ୍ଟ ଦିଆଯାଇ ସାତଦିନ ମଧ୍ୟରେ ଆଲୋଚନା ପାଇଁ ଆପଣଙ୍କୁ ଡକାଯିବ | କିନ୍ତୁ ବଡ ଦୁଖର କଥା ଯେ ଦୀର୍ଘ ଦୁଇ ବର୍ଷ ପୂର୍ବେ ଦିଆଯାଇଥିବା ଡ୍ରାଫ୍ଟ ଅଫିସଗୁଡିକରୁ ଗଲା କୁଆଡେ ତାହା ଜଣାପଡୁନାହିଁ |

ଏହି ପଲିସିରେ ରାଜନୀତି କ୍ଷେତ୍ରରେ ୨% ସ୍ଥାନ ସଂରକ୍ଷଣ, ସରକାରଙ୍କ ପ୍ରତ୍ୟକ ବିଭାଗ ଫର୍ମରେ ତୃତୀୟଲିଙ୍ଗ ( T ) ଲେଖାଯିବା, ଏସ.ସି., ଏସ.ଟି. ପାଉଥିବା ସୁବିଧା ସବୁ ଯୋଗାଇଦେବା , ମାଗଣାରେ ଦୁଇ ଟଙ୍କିଆ ଚାଉଳ ପ୍ରଦାନ କରାଯିବା, ଘରହିଡ ଜମି ପଟ୍ଟା, ସହରମାନଙ୍କରେ ମାଗଣାରେ ଜମି ଠାରୁ ଆରମ୍ଭ କରି ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ମଧ୍ୟ ସମସ୍ତଙ୍କୁ ମିଳୁ ବୋଲି ବହୁ ତଥ୍ୟ ଡ୍ରାଫ୍ଟରେ ପ୍ରଦାନ କରାଯାଇଛି | ଯଦି ସରକାର ଏକ ମାସ ମଧ୍ୟରେ ଡ୍ରାଫ୍ଟ ପ୍ରତି ଧ୍ୟାନ ନ ଦିଅନ୍ତି , ତାହାହେଲେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବା ସହ ନବୀନ ନିବାସ ଘେରାଉ କରାଯିବ ବୋଲି ମହାସଂଘର ସଭାପତି ପ୍ରତାପ ସାହୁ ଏକ ପ୍ରେସ ବିବୃତି ମଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି |

Share in top social networks!