ଉଚ୍ଚଶିକ୍ଷାର ମାନବୃଦ୍ଧି ଉପରେ ଗୁରୁତ୍ଵ ନିଯୁକ୍ତି ପାଇବେ ଜିଲ୍ଲାଶିକ୍ଷା ପରାମର୍ଶଦାତା

46444
ମହାବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ ସମେତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କୁ ସଠିକ ପରାମର୍ଶ ଦେବା ଉଦ୍ଦେଶ୍ୟରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜିଲ୍ଲାସ୍ତରରେ ଶିକ୍ଷା ପରାମର୍ଶଦାତା ନିଯୁକ୍ତି ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସରକାରୀ,ଘରୋଇ ଏବଂ ଅନୁଦାନପ୍ରାପ୍ତ ଯୁକ୍ତ-୨ ଓ ଯୁକ୍ତ-୩ କଲେଜମାନଙ୍କରେ ଶିକ୍ଷାଦାନ ଠିକ ଭାବରେ ହେଉଛି କି ନାହିଁ ସେ ସମ୍ପର୍କରେ ଅନୁଧ୍ୟାନ କରି ଜିଲ୍ଲା ଶିକ୍ଷା ପରାମର୍ଶ ଦାତାମାନେ ଉଚ୍ଚଶିକ୍ଷା ବିଭାଗରେ ରିପୋର୍ଟ ଉପସ୍ଥାପିତ କରିବେ । ପରାମର୍ଶ ଦାଆ ଭାବେ ପ୍ରଫେସର ପଦର ପଦାଧିକାରୀଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ମିଳିବ । ଜିଲ୍ଲାସ୍ତରରୁ ତଦାରଖ କରାଗଲେ ଶିକ୍ଷାଦାନ ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର ଆଶାବ୍ୟକ୍ତ କରିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୫ଟି ଜିଲ୍ଲାରେ ୨୫ଜଣଙ୍କୁ ନିଯୁକ୍ତି ଦିଆଯାଇ ୫ଜଣ ପରାମର୍ଶଦାତାଙ୍କୁ ଅତିରିକ୍ତ ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ଵ ପ୍ରଦାନ କରିବା ନିମନ୍ତେ ଆପାତତଃ ସ୍ଥିର କରାଯାଇଛି ।

Share in top social networks!
Powered By Indic IME