ପୁରୀ ରେଲୱେ ଷ୍ଟେସନର ସଂପ୍ରସାରଣ ସହ ସର୍ବାଙ୍ଗ ସୁନ୍ଦର କରାଯିବ-ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ମହାନ୍ତି

images
ଆଜି ସଚିବାଳୟସ୍ଥ ପ୍ରକୋଷ୍ଠରେ ରାଜ୍ୟ ପର୍ଯ୍ୟଟନ,ସଂସ୍କୃତି,ଯୋଜନା ଓ ସମନ୍ଵୟ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ତୀର୍ଥ କ୍ଷେତ୍ର ଭାବେ ସୁପରିଚିତ ପୁରୀ ରେଲୱେ ଷ୍ଟେସନର ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେସମ୍ପ୍ରସାରଣଓ ସର୍ବାଙ୍ଗ ସୁନ୍ଦର କରାଯିବ ସମ୍ପର୍କରେ ଯନ୍ତ୍ରୀମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରୀ ରହଣୀ,ଅଧିକ ପ୍ଲାଟଫର୍ମ,ରେଲୱେ କ୍ଵାର୍ଟର,ଗମନାଗମନ ପାଇଁ ରାସ୍ତା,ବୃକ୍ଷ ରୋପଣ ଓ ଫାଉଣ୍ଡେସନ ଆଦି ନିର୍ମାଣ କରାଯାଇ ପର୍ଯ୍ୟଟକମାନଙ୍କ ଆକୃଷ୍ଟ କରିବା ନିମନ୍ତେ ପୁରୀ ରେଲୱେ ଷ୍ଟେସନର ନବନିର୍ମାଣ କାର୍ଯ୍ୟ ନିମନ୍ତେ ୬ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ରେଲୱେ ଡିଭିଜନାଲ ମ୍ୟାନେଜର ଶ୍ରୀଶୈଳେନ୍ଦ୍ର ସିଂହ,ମୁଖ୍ୟଯନ୍ତ୍ରୀ,ନିର୍ମାଣ,ଇଞ୍ଜିନିୟର ଏସ୍.କେ.ନାୟକ,ଡିଭିଜନାଲ ଇଞ୍ଜିନିୟର ଶ୍ରୀ ପି.କେ.ମହାନ୍ତି,ପର୍ଯ୍ୟଟକ ମନ୍ତ୍ରୀଙ୍କୁ ପ୍ରସ୍ତୁତ ହୋଇଥିବା ଉକ୍ତ ଯୋଜନାର ନକ୍ସା ସମ୍ପର୍କରେ ଅବଗତ କରାଇଥିଲେ । ଉକ୍ତ ସଂପ୍ରସାରଣ ନିମନ୍ତେ ବହୁଦିନରୁ ଦାବି ହୋଇ ଆସୁଥିଲା ।

Share in top social networks!
Powered By Indic IME