ବ୍ରହ୍ମପୁର ଓ ରାଉରକେଲା ସହରର ସାମୁହିକ ଉନ୍ନୟନ ଯୋଜନା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ

46283ବ୍ରହ୍ମପୁର(ବ୍ରହ୍ମପୁର,ଗୋପାଳପୁର ଓ ଛତ୍ରପୁର) ଓ ରାଉରକେଲା ସହରର ସାମୁହିକ ଉନ୍ନୟନ ଯୋଜନା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ପୂର୍ବାହ୍ନରେ ସଚିବାଳୟସ୍ଥିତ ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ତଥା କୃଷି,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆଇ.ଶ୍ରୀନିବାସ,ବ୍ରହ୍ମପୁର,ଗୋପାଳପୁର ଓ ଛତ୍ରପୁରର ବିଧାୟକ,ଗଞ୍ଜାମର ଜିଲ୍ଲ୍ପାଳ ତଥା ବ୍ରହ୍ମପୁରର ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷ,ଏଡିଏମ ରାଉରକେଲା,ବ୍ରହ୍ମପୁରା ମେୟର କେ.ମାଧବୀ,ବିଏମସିର କମିଶନର,ଛତ୍ରପୁର ଏନଏସିର ଅଧ୍ୟକ୍ଷା ସମେତ ଗୃହ ଓ ନଗର ଉନ୍ନୟନ ବିଭାଗ,ଭୁବନେଶ୍ଵର ସହର ଯୋଜନା ନିର୍ଦ୍ଦେଶାଳୟର ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ସାମୂହିକ ଉନ୍ନୟନ ଯୋଜନା ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବମାନ ଗ୍ରହଣ କରାଯାଇ ଭାରା ସରକାରଙ୍କ ନଗର ଉନ୍ନୟନ ବିଭାଗ (town and country planning organisation,govt.of india,ministry of urban development)ଦ୍ଵାରା ଉପସ୍ଥାପନ କରାଯାଇଥିଲା ଏବଂ ଉକ୍ତ ଯୋଜନାକୁ ଅତିଶୀଘ୍ର ଚୁଡାନ୍ତ ରୂପରେଖ ଦେବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ଏହାଛଡା ରାଉରକେଲା,ବ୍ରହ୍ମପୁର,ଛତ୍ରପୁର ଓ ଗୋପାଳପୁର ସହରର ଭିତ୍ତିଭୂମି,ସ୍ଵରେଜ ଓ ଡ୍ରେନେଜ ବ୍ୟବସ୍ଥା,ସାମାଜିକ ଓ ଅର୍ଥନୈତିକ ଅବସ୍ଥା,ପାନୀୟ ଜଳଯୋଗାଣ,ରାସ୍ତାଘାଟ,ସ୍ଵାସ୍ଥ୍ୟରକ୍ଷା,ବର୍ଜ୍ୟବସ୍ତୁ ପରିଚାଳନା,ପର୍ଯ୍ୟଟନ,ଐତିହ୍ୟ ଓ ସଂସ୍କୃତିର ପୁନଃଉଦ୍ଧାର ପ୍ରଭୁତି ବିସ୍ତ୍ରୁତ ଯୋଜନାଗୁଡିକ ସମ୍ବନ୍ଧରେ town and country planning organisation,govt.of india (TCPO) ଦ୍ଵାରା ପ୍ରସ୍ତାବମାନ ଆଗତ କରାଯାଇଥିଲା ଏବଂ ସେଗୁଡିକର ସମୀକ୍ଷା କରାଯାଇଥିଲା । ସାମୂହିକ ଉନ୍ନୟନ ଯୋଜନା ର ପ୍ରସ୍ତୁତି ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ town and country planning organisation,govt.of india (TCPO) ର ସହାୟତାରେ ବ୍ରହ୍ମପୁର ଓ ରାଉରକେଲା ଉନ୍ନୟନ କର୍ତ୍ତୁପକ୍ଷ ମାଧ୍ୟମରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନକମିଶନର ଶ୍ରୀ ଶ୍ରୀନିବାସ ଗୁରୁତ୍ଵାରୋପକରିଥିଲେ । ଏହି ସାମୂହିକ ଉନ୍ନୟନ ଯୋଜନା କୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବିଧି ଅନୁଯାୟୀ ଶେଷ କରିବା ପାଇଁ ସର୍ବସମ୍ମତ କ୍ରମେ ମତ ପ୍ରକାଶ ପାଇଥିଲା ।

Share in top social networks!
Powered By Indic IME