ଓୟୁଏଟି କୁଳପତି ଦାୟିତ୍ଵରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ

OUATଓୟୁଏଟି କୁଳପତି ଦାୟିତ୍ଵରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବସ୍ଥାପିତ କରାଯାଇଛି | ଓଡିଶାର ମାନ୍ୟବର ରାଜ୍ୟପାଳ ତଥା ଓୟୁଏଟିର କୁଲାଧିପତି ନୃତନ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଏହି ଦାୟିତ୍ଵ ତୁଲାଇବା ପାଇଁ ନିର୍ଦେଶ ଦେଇଛନ୍ତି | ପ୍ରକାଶ ଥାଉକି ଓୟୁଏଟିର କୁଳପତି ପ୍ରଫେସର ଡି.ପି.ରାୟଙ୍କର କାର୍ଯ୍ୟକାଳ ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଥିଲା |

ନୃତନ କୁଳପତି ନିଯୁକ୍ତି ପାଇ ନଥିବାରୁ ତାଙ୍କର କାର୍ଯ୍ୟକାଳ ୧ ମାସ ବୃଦ୍ଧି କରଯାଇଥିଲା | କିନ୍ତୁ ପ୍ରଫେସର ରାୟ ଏହି ପଦବୀରେ ଅଧିକ କାଳ ରହିବା ଲାଗି ଅନିଛୁକ ହେବାରୁ ଏପରି ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି | ଇତି ମଧ୍ୟରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରଙ୍ଗଲାଲ ଜାମୁଦା ଏହି ପଦବୀରେ ଆଜି ଯୋଗ ଦେଇଛନ୍ତି ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି |

Share in top social networks!