ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ

download (1)ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି । ଆଜି ଅପରାହ୍ନ ୫ ଟା ସମୟରେ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ସେମାନଙ୍କର ପ୍ରଚାର କାର୍ଯ୍ୟ ଶେଷ କରିବେ । କୌଣସି ରାଜନୈତିକ ଦଳ ବା ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାର ଅପରାହ୍ନ ୫ ଟା ପରେ କରିପାରିବେ ନାହିଁ । ଆସନ୍ତାକାଲି ଜାନୁଆରୀ ୭ ତାରିଖ ସକାଳ ୭ ଘଟିକାରୁ ବିଜେବି କଲ୍ଜ ରୁ ପୋଲିଂ ପାର୍ଟିକୁ ସମ୍ପୃକ୍ତ ବୁଥ୍ କୁପ୍ରେରଣ କରାଯିବ । ଜାନୁଆରୀ ୮ ତାରିଖ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ହୋଇଥିବା ୬୬୦ଟି ବୁଥ୍ ରେ ଭୋଟ ଗ୍ରହଣ କରାଯିବ। ଏହି ୬୬୦ ଟି ବୁଥ୍ ୨୨୬ ଟି ଶିକ୍ଷା ଓ ଅନ୍ୟାନ୍ୟ ଅନୁଷ୍ଠାନରେ କରାଯାଇଛି । ୩୫ଟି ଅନୁଷ୍ଠାନରେ ଗୋଟିଏ ଲେଖାଏଁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇ ଥିବାବେଳେ ୬୧ ଟି ଅନୁଷ୍ଠାନରେ ୨ଟି ବୁଥ୍,୫୬ଟି ଅନୁଷ୍ଠାନରେ ୩ଟି ବୁଥ୍,୪୫ ଟି ଅନୁଷ୍ଠାନରେ ୪ ଟି ବୁଥ୍ ,୨୩ଟି ଅନୁଷ୍ଠାନରେ ୫ଟି ବୁଥ୍ ଏବଂ ୬ଟି ଅନୁଷ୍ଠାନରେ ୬ଟି ଓ ୭ ଟି ବୁଥ୍ କାର୍ଯ୍ୟ କରିବ । ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ସମଗ୍ର ଅଞ୍ଚଳକୁ ୧୦ଟି ଜୋନ୍ ଓ ୨୭ଟି ସେକ୍ଟର ରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜୋନ୍ ରେ ଜଣେଜଣେ ଅଧିକାରୀଙ୍କୁ ସେକ୍ଟର ଦାୟିତ୍ଵ ଅର୍ପଣ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ ଜୋନ୍ ଦାୟିତ୍ଵରେ ଜଣେଜଣେ ସହକାରୀ ପୋଲିସ କମିସନରଙ୍କୁ ଦାୟିତ୍ଵ ଦିଆଯାଇଛି । ନିର୍ବାଚନ କାର୍ଯ୍ୟରେ ପରିବହନ ପାଇଁ ସମୁଦାଯ ୨୮୩ ଟି ଯାନ କୁ ନିୟୋଜିତ କରାଯାଇଛି । ଇଭିଏମ୍ ମେସିନ୍ ଖରାପ ହେଲେ ସଜାଡିବା ପାଇଁ ୧୦ ଜଣ ଇଭିଏମ୍ ବିଶାରଦ ଯନ୍ତ୍ରୀଙ୍କୁ କୋଲକାତାରୁ ଅଣାଯାଇ ପ୍ରସ୍ତୁତ କରାଯାଇ ରଖାଯାଇଛି । ଏହି ସବୁ ବୁଥ୍ ର ଭୋଟଦାନ ନିଜେ ରାଜ୍ୟ ନିର୍ବାଚନ ଆୟୁକ୍ତ ନିଜ କାର୍ଯ୍ୟାଳୟ ରେ ବସି ଦେଖିବେ । ଏହି ସବୁ ବୁଥ୍ ଗୁଡିକ ହେଲା ୧୩,୬୫,୧୦୫,୧୪୯,୧୮୪,୧୯୦,୧୯୫,୨୩୬,,୪୦୮,୪୩୦,୪୫୫,୪୮୪,୪୯୯,୫୦୬,୫୧୭,୫୫୯,୫୭୪,୬୪୯ ଏବଂ ୬୫୮ ।. ବିଏମସି ନିର୍ବାଚନରେ ସମୁଦାୟ ୬୬୦ଟି ବୁଥ୍ ରୁ ୩୭୫ଟି ଅତି ସଂବେଦନଶୀଳ ,୧୮୭ଟି ସଂବେଦନଶୀଳ ଏବଂ ୯୮ ଟି ବିନା ସଂବେଦନଶୀଳ ବୁଥ୍ ରହିଛି । ସମୁଦାୟ ୬,୯୦,୨୯୩ ଭୋଟର ଏହି ନିର୍ବାଚନରେ ସେମାନଙ୍କର ମତ ସାବ୍ୟସ୍ତ କରିବେ । ମହାନଗର ନିଗମର ୬୭ଟି ୱାର୍ଡ ପାଇଁ ମୋଟ ୩୯୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜାନୁଆରୀ ୯ ତାରିଖ ପୂର୍ବାହ୍ନ ୮ ଟାରୁ ଭୋଟଗଣତି ଶେଷ ପର୍ଯ୍ୟନ୍ତ କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ରୁ ଜଣାପଡିଛି ।

Share in top social networks!
Powered By Indic IME