ଜାତୀୟ ସ୍ତରର ଲେଖକ ସମ୍ମିଳନୀ ଓ ପତ୍ରିକା ହାଟ ଉଦଘାଟିତ

2091_kadambinii2ନିର୍ଭୀକ ସାହିତ୍ୟ ସମାଜର ଆଦର୍ଶ । ଏପରି ସାହିତ୍ୟ ସୃଷ୍ଟି ହୋଇପାରିଲେ ସମାଜରୁ ଦୁର୍ନୀତି ଲୋପ ହୋଇପାରିବ । କାଦମ୍ବିନୀ ମିଡିଆ ପକ୍ଷରୁ ରବିବାର ଆୟୋଜିତ ଏକାଦଶ ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ଓ ଷଷ୍ଠ ପତ୍ରିକା ହାଟ ଉଦଘାଟନ କରି ମୁଖ୍ୟ ଅତିଥି ଆସାମ ରାଜ୍ୟପାଳ ଶ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ ଏହା କହିଛନ୍ତି । ସେ କହିଲେ ସାହିତ୍ୟିକମାନେ ହିଁ ସମାଜରୁ ଦୁର୍ନୀତି ର ମୂଳୋତ୍ପାଟନ କରିପାରିବେ । କାଦମ୍ବିନୀର ଜାନୁଆରୀ ସଂଖ୍ୟାରେ ବିଶେଷକରି ଆସାମର ସାହିତ୍ୟ,ସଂସ୍କୃତି,ଚଳଚିତ୍ର,ଖାଦ୍ୟ ଆଦି ବିଷୟରେ ସାମଞ୍ଜସ୍ୟରେ ଶ୍ରୀ ପଟ୍ଟନାୟକ କହିଲେ ଯେ ବଙ୍ଗଳା ଅପେକ୍ଷା ଓଡିଆ ସାହିତ୍ୟ ଅସମୀୟ ସାହିତ୍ୟର ଅନେକ ନିକଟତର । ଓଡିଶାର ଜଗନ୍ନାଥ ସଂସ୍କୃତି ଆସାମରେ ପ୍ରଚଳିତ ରହିଛି । ଏହି ଦୃଷ୍ଟିରୁ ତୁଳନା କଲେ ଉଭୟ ଓଡିଶା ଓ ଆସାମର ସାହିତ୍ୟ ଓ ସଂସ୍କୃତିରେ ଅନେକ ସାମଞ୍ଜସ୍ୟ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କୁ କାଦମ୍ବିନୀ ସାରସ୍ଵତ ସମ୍ମାନ ପ୍ରଦାନ କରାଯାଇଥିଲା ।ସେହିପରି କାଦମ୍ବିନୀର ବିତରକ ଓ ବିକ୍ରେତା ଟି.ଏଲ.ମୂର୍ତ୍ତିପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଜାନୁୟାରୀ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ଡ.ଇତିରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME