ଚଳଚ୍ଚିତ୍ର ଜଗତର ୩୮ ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ -୨୦୧୩

images‘ଚଳଚ୍ଚିତ୍ର ଜଗତ’ର ୩୮ତମ ବାର୍ଷିକ ଉତ୍ସବ ରାବିବାର ସନ୍ଧ୍ୟାରେ କଟକ ସହିଦ ଭବନ ରେ ଅନୁଷ୍ଠିତ ହୋଇଯାଇଛି । ‘ହାତ ଧରି ଚାଲୁ ଥା’ ଶେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ଅଭିନେତା ମିମକେତନଙ୍କୁ ଶ୍ରେଷ୍ଠ ଖଳନାୟକ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଶ୍ରେଷ୍ଠ ଓଡିଆ ସିନେମା ଭାବେ ସ୍ଵତନ୍ତ୍ର ଜୁରୀ ପୁରସ୍କାର ପାଇଛି ‘ଟାର୍ଗେଟ୍’ ; ଏହି ଚଳଚ୍ଚିତ୍ରରେ ହିଁ ବରିଷ୍ଠ ଅଭିନୟ ପାଇଁ ମୀନକେତନ ପୁରସ୍କୃତ ହୋଇଛନ୍ତି । ଓଡିଆ ସିନେମା ‘ପତ୍ରିକା’ ପତ୍ରିକାର ସମ୍ପାଦକ ଅରବିନ୍ଦ ରାଉତଙ୍କ ଦ୍ଵାରା ଆୟୋଜିତ ଉତ୍ସବରେ ଉତ୍କଳ କୃଷି ବିଦ୍ୟାଳୟର କୁଳପତି ମନୋରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ଗୋବିନ୍ଦ ତେଜ ସମ୍ମାନିତ ଅତିଥି ରହିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଜୟ ମଲ୍ଲ । ୨୦୧୩ ରେ ମୁକ୍ତିଲାଭ କରିଥିବା ଓଡିଆ ସିନେମା ଗୁଡିକୁ ବିଚାରକୁ ନିଆଯାଇ ଏହି ପୁରସ୍କାର ଦିଆଯାଇଛି । ଶ୍ରେଷ୍ଠ ନାୟକ ପାଇଁ ଅନୁଭବ ମହାନ୍ତି ଓ ଶ୍ରେଷ୍ଠ ନାୟିକା ଭାବେ ବର୍ଷାପ୍ରିୟଦର୍ଶିନୀ ଙ୍କ ନାମ ଘୋଷଣା କରାଯାଇଥିଲା । ଅରୁଣ ମନ୍ତ୍ରୀ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଥିଲେ । ‘ଟାର୍ଗେଟ୍’ ପାଇଁ ଅମ୍ଳାନ ଦାସ ଶ୍ରେଷ୍ଠ ନବାଗତ ନାୟକଓ ‘ବ୍ୟାଚେଲର୍’ ପାଇଁ ଉତ୍କଣ୍ଠା ପାଢି ଶ୍ରେଷ୍ଠ ନବାଗତା ନାୟିକା ପୁରସ୍କାର ପାଇଥିଲେ । ‘ପାରିବେନି କେହି ଅଲଗା କରି’ ପାଇଁ ସ୍ନିଗଧା ମହାନ୍ତି ଓ ‘ନଇ ସେପାରି କନକ ଗୋରି’ ପାଇଁ ମନିକା ମେନନ ଉଭୟ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତୃର ପୁରସ୍କାର ପାଇଥିଲେ । ତେବେ ‘ଚଉକା ଛକା’ ସିନେମା ପାଇଁ ତତ୍ତ୍ଵପ୍ରକାଶ ଶତପଥୀ ଶ୍ରେଷ୍ଠ ହାସ୍ୟ ଅଭିନେତା ର ପୁରସ୍କାର ଜିଣିଛନ୍ତି । ଲୋହିତାକ୍ଷ ପଟ୍ଟନାୟକ ଶ୍ରେଷ୍ଠ ଶିଶୁ କଳାକାର । ଶ୍ରେଷ୍ଠ ଗାୟିକା ଇରା ମହାନ୍ତି(ହାତ ଧରି ଚାଲୁ ଥା) ଓ ଶ୍ରେଷ୍ଠ ଗାୟକ ରତିକାନ୍ତ ଶତପଥୀ(ରୁମକୁ ଝୁମାନା) । ‘ପ୍ରେମ ସବୁଠୁ ବଳବାନ’ ପାଇଁ ଅରୁଣ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ (କ୍ରିଟିକ୍) ଓ ‘ହାତ ଧରି ଚାଲୁଥା’ ପାଇଁ ଚଣ୍ଡୀ ପାରିଜା ଶ୍ରେଷ୍ଠ ନିର୍ଦ୍ଦେଶକ (ପପୁଲାର) ପୁରସ୍କାର ପାଇଛନ୍ତି । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଅଭିଜିତ ମଜୁମଦାର(କେହିଜଣେ ଭଲଲାଗେରେ) ଓ ଶ୍ରେଷ୍ଠ ସଂଳାପ ନିମନ୍ତେ ଦେବ ପ୍ରସାଦ ଦାଶ (ନଇ ସେପାରି କନକ ଗୋରୀ) ପୁରସ୍କୃତ ହୋଇଛନ୍ତି । ଅମରେଶ ସ୍ଵାଇଁ ଙ୍କୁ ଶ୍ରେଷ୍ଠ କ୍ୟାମେରା ମ୍ୟାନ ଭାବେ ପୁରସ୍କୃତ କରାଯାଇଛି । ଏହା ଛଡା ସମାଜର ବିଭିନ୍ନ ବିଭାଗରେ ଥାଇ ପାରଦର୍ଶିତା ଦେଖାଇଥିବା ୯ ଜଣଙ୍କୁ ‘ସ୍ଵତନ୍ତ୍ର ସମ୍ମାନ’ ମଧ୍ୟ ଦିଆଯାଇଥିଲା ।