ନାଲକୋ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟାଜିତ

healthnalcooନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଗତ କାଲି ବାରଙ୍ଗ ନିକଟସ୍ଥ ଚଣ୍ଡିପ୍ରସାଦ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ଶିବିର ଆୟୋଜିତ ହୋଇଥିଲା | ଏହି ଶିବିରଟି ଚଣ୍ଡିପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପରିଚାଳିତ ହୋଇଥିଲା | ନିକଟବର୍ତ୍ତୀ ଗ୍ରାମରୁ ୩୦୦ ଜଣ ରୋଗୀ ଏହି ଶିବିର ଦ୍ଵାରା ଲାଭାନ୍ଵିତ ହୋଇଥିଲେ|

ନାଲକୋ ପକ୍ଷରୁ ଡକ୍ଟର୍ ଏଲ୍ ଶତପଥୀ ନେତୃତ୍ଵରେ, ଡକ୍ଟର୍ ଜେ. ପଣ୍ଡା ଏବଂ ଶ୍ରୀ ଏ.କେ. ଛୋଟରାୟ ଶିବିରର ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଶ୍ରୀ ଆର. କେ. ସାମଲ , ଶ୍ରୀ ବି.ଏନ୍. ପାଇକରାୟ,ଶ୍ରୀ ଆର.କେ. ବେହେରା , ଶ୍ରୀ ଏକାଦଶୀ ସାହୁ , ଶ୍ରୀ ଏ.କେ ପତ୍ରୀ ,ବିଷ୍ଣୁପ୍ରିୟା ମିଶ୍ର,ଶ୍ରୀ କାଳନ୍ଦୀ ପଣ୍ଡା, ରଞ୍ଜନା ମଲ୍ଲିକ ଏବଂ ବିନି ଦାସ ଚିକିଶ୍ଚକ ଦଳକୁ ସାହାଯ୍ୟ କରିଥିଲେ |ଏହି ଶିବିରର ସଫଳ ଆୟୋଜନରେ ଚଣ୍ଡିପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ |

Share in top social networks!