ଭାରତର ପ୍ରଥମ ଭାଷା ସମ୍ମିଳନୀ ଉଦଯାପିତ

downloadଭାରତୀୟ ଭାଷାଗୁଡିକ ଆଉ ଆଞ୍ଚଳିକ ଭାଷା ହୋଇ ରହି ନାହିଁ । ୟୁରୋପୀୟ ଭାଷା ସହିତ ତାଳଦେଇ ହିନ୍ଦୀ,ତାମିଲ,ବଙ୍ଗଳା,ତେଲଗୁ,ମାଲାୟାଲାମମରାଠୀ,ପଞ୍ଜାବୀ ଆଦି ଭାଷା ବିଶ୍ଵର କୋଣ ଅନୁକୋଣରେ କୁହାଯାଉଥିବାରୁ ଇଂରାଜୀ ,ଫ୍ରେଞ୍ଚ ଭଳି ଏଗୁଡିକ ,ଏବେ ବିଶ୍ଵ ଭାଷା ର ମାନ୍ୟତା ପାଇସାରିଲାଣି । ଓଡିଆ ମଧ୍ୟ ଏଥିରୁ ବାଦ ପଡି ନାହିଁ । ଏବେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ଯାଉଥିବାରୁ ଏହା ମଧ୍ୟ ବିଶ୍ଵ ଭାଷାର ମର୍ଯ୍ୟାଦା ପାଇବ । ତେବେ ଏତେଗୁଡିଏ ଉନ୍ନତ ତଥା ବହୁ କଥିତ ଭାରତୀୟଭାଷା ଥିଲେ ମଧ୍ୟ ପାରସ୍ପରିକ ସମନ୍ଵୟ ଅଭାବରୁ ବିଶ୍ଵ ସ୍ତରରେ ଯେତିକି ପାଇବା କଥା ସେତକ ପାଇପାରୁ ନାହିଁ । ତେଣୁ ଭାରତୀୟ ଭାଷାମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ଜରୁରୀ ହୋଇଯାଇଛି ବୋଲି ଆଜି ସନ୍ଧ୍ୟାରେ ଭୁବନେଶ୍ଵରରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ଦେଶର ପ୍ରଥମ ଜାତୀୟ ଭାଷା ସମ୍ମିଳନୀର ପ୍ରବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ଵାରା ଆୟୋଜିତ ତଥା ବିଶିଷ୍ଟ ଭାଷାବିତ ତଥା ମହିଶୂର ସ୍ଥିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନର ପ୍ରତିଷ୍ଠାନା ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ୨ ଦିନିଆ ସମ୍ମିଳନୀକୁ ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର ଗତକାଲି ଉଦଘାଟନ କରି ଥିବାବେଳେ ଆଜି ସାଂସଦ ସାଂସଦ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଦ୍ଵାରା ଉଦଯାପିତ ହୋଇଯାଇଛି । ସମ୍ମିଳନୀର ୨ୟ ଦିବସରେ ଭାଷାଭିତ୍ତିକ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ବିଷୟରେ ଆଲୋଚନା ଆରମ୍ଭ କରି କନ୍ନଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏଚସି ବୋରିଲିଙ୍ଗା କନ୍ନଡ଼ ଭାଷାରେ ସମସ୍ତ ଶିକ୍ଷା ଓ ଗବେଷଣା କାର୍ଯ୍ୟ କରିବା ଦ୍ଵାରା ଆଇନ ଓ ସମସ୍ତ ସର୍ବସାଧାରଣ କାର୍ଯ୍ୟ କନ୍ନଡରେ ହୋଇପାରୁଥିବାରୁ ଦୁର୍ନୀତି ଓ ଶୋଷଣ ଯଥେଷ୍ଟ କମ ରହିଛି ବୋଲି ସୂଚନା ଦେଇଥିଲେ । ସେହିପରି ଦ୍ରାବିଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ କେ.ରଥନିୟା ଏହି ବିଶ୍ୱବିଦ୍ୟାଳୟ ଦ୍ଵାରା ଦକ୍ଷିଣଭାରତର ଭାଷାଗୁଡିକ ମଧ୍ୟରେ ସମନ୍ଵୟ ରଖାଯିବା ସହିତ ବ୍ୟାପକ ଗବେଷଣା କାର୍ଯ୍ୟ ସଫଳତାର ସହିତ ହୋଇପାରୁଛି । ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ କ୍ଲାସିକାଲ ତାମିଲ ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର କେ.ରାମାସ୍ଵାମୀ କ୍ଲାସିକାଲ ମାନ୍ୟତା ପାଇବାପରେ ତାମିଲ ଭାଷାରେ ଗବେଷଣା କାର୍ଯ୍ୟ ଅତି କ୍ଷିପ୍ର ଗତିରେ ହୋଇପାରିଛି । ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ କ୍ଲାସିକାଲ ଓଡିଆ ସ୍ଥାପନ ହେଲେ ଓଡିଆରେ ମଧ୍ୟ ଗବେଷଣା କାର୍ଯ୍ୟ ପୂର୍ବଅପେକ୍ଷା ଅଧିକମାତ୍ରାରେ ହୋଇପାରିବ ବୋଲି ମଥାଦେବା ସହ ଏହା ରାଜନୈତିକ ଛତ୍ରଛାୟା ରୁ ଦୂରରେ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ତେବେ ରାଜ୍ୟ ଭାଷାରେ ଉଚ୍ଚଶିକ୍ଷା ଦ୍ଵାରା ରାଜ୍ୟବାସୀଙ୍କ ଜ୍ଞାନର ବିକାଶ ଘଟିବ ଓ ଏହାଦ୍ଵାରା ହିଁ କେବଳ ରାଜ୍ୟ ନୁହେଁ,ରାଷ୍ଟ୍ରର ବିକାଶ ହେବ । ସେହିଭଳି ୨ୟ ଅଧିବେଶନରେ ରାଜ୍ୟଭାଷାରେ ପ୍ରଦଉଗିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଲମ୍ବୋଦର ସିଂହ,ପ୍ରଫେସର ଓଁକାରନାଥ ମହାନ୍ତି,ପ୍ରଫେସର ମୁକ୍ତିକାନ୍ତ ମିଶ୍ର ,ପ୍ରଫେସର ଡଃ ନଟବର ଶତପଥୀ ପ୍ରମୁଖ ଓଡିଶାରେ ବର୍ତ୍ତମାନ ଏହା ପ୍ରଚଳିତ ହେବା ଅତି ଜରୁରୀ ବୋଲି କହିଥିଲେ । ଓଡିଶା ସାହିତ୍ୟ ଏକାଡ଼େମୀର ସଭାପତି ସହ ସାତକଡି ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଶେଷ ଅଧିବେଶନରେ ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ ଓଡିଆଭାଷାର ଶାସ୍ତ୍ରୀୟମାନ୍ୟତା ପାଇବା କ୍ଷେତ୍ରରେ ବୁଦ୍ଧିଜୀବୀ ଓ ସାହିତ୍ୟିକଗଣ ଉଦାସୀନ ରହିଥିବାରୁ ଏହା ଓଡିଆହାଟି ପାଇଁ ଶୁଭଲକ୍ଷଣ ନୁହେଁ । ତେଣୁ ଭାକୁ ସାହିତ୍ୟିକଗଣ ଗୁରୁତ୍ଵଦେବାସହ ନ୍ୟାୟାଳୟ,ଶିକ୍ଷା ଓ ଗବେଷଣାରେ ଏହାର ପୂର୍ଣ୍ଣ ପ୍ରୟୋଗ ହେବା ଆବଶ୍ୟକ ବୋଲି କହିଥିଲେ ।

Share in top social networks!
Powered By Indic IME