ନବୀନ ପଟ୍ଟନାୟକ ସରକାରଙ୍କ ମାଓବାଦୀ ମାନଙ୍କ ମଧ୍ୟରେ ସମ୍ପର୍କ ଅଭିଯୋଗର ଏନଆଇଏ ତଦନ୍ତ କରାଯାଉ – କଂଗ୍ରେସ

ନବୀନ ପଟ୍ଟନାୟକ ସରକାରଙ୍କ ମାଓବାଦୀ ମାନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଆସିଥିବା ଅଭିଯୋଗ ର ଏନଆଇଏ ତଦନ୍ତ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବୀ କରାଯିଛି | ଏ ନେଇ କଂଗ୍ରେସ ପକ୍ଷରୁ ଏନଆଇଏ କୁ ପତ୍ର କେଖାଯିବ ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି | ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ନେତା ଭୂପିନ୍ଦର ସିଂ ଓ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ଏହି ଦାବୀ କରିଛନ୍ତି | ଅପର ପକ୍ଷରେ ବିଜେଡି ପକ୍ଷରୁ ଏହାକୁ ମନଗଡ଼ା କଥା ବୋଲି କୁହାଯାଇଛି |

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମାଓବାଦୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତୃତ୍ଵର ସମ୍ପର୍କ ଥିବା ବିଷୟରେ ତଥ୍ୟ ଓ ପ୍ରମାଣ ବିଧାନସଭାରେ କଂଗ୍ରେସ ଦଳ ପକ୍ଷରୁ ଉପସ୍ଥାପନ କରଯାଇଥିଲା | ଏବେ ଏ ସଂକ୍ରାନ୍ତରେ ନୃତନ ଗୁମର ଫିଟିଛି | ମାଓବାଦୀ ମାନଙ୍କ ସହ ଟଙ୍କା ପଇସା କାରବାର ସମ୍ପର୍କରେ ଆମେ ଉଲ୍ଲେଖ କରିଥିଲୁ | ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଆର ଭିନିଲ କୃଷ୍ଣା ଓ ବିଧାୟକ ଝୀନ ହିକାକାଙ୍କ ମୁକ୍ତି ପାଈଁ ଚାରି କୋଟି ଓ ଦୁଇ କୋଟି ଏପରି ଛଅ କୋଟି ଟଙ୍କା ମାଓବାଦୀ ମାନଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି | ଏହାର ତଦନ୍ତ ନିହାତି ହେବା ଆବଶ୍ୟକ |

ଏହାର ତଦନ୍ତ ସିବିଆଇ ଦ୍ଵାରା କରାନଯାଇ ନାସନାଲ ଇନଭେଷ୍ଟିଗେଟିଂ ଏଜେନ୍ସି (ଏନଆଇଏ) ଦ୍ଵାରା କରାଯିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି | ଏ ସ ସଂକ୍ରାନ୍ତ ରେ କଂଗ୍ରେସ ପକ୍ଷରୁ ପତ୍ର ଲେଖାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି | ବିରୋଧୀ ଦଳର ନେତା ଭୂପିନ୍ଦର ସିଂ କହିଛନ୍ତି ଯେ କୋରାପୁଟ ଜିଲା ପରିଷଦ ନିର୍ବାଚନରେ ବିଜୟଲାଭ କରିବା ପାଇଁ ବିଜେଡି ପକ୍ଷରୁ ମାଓବାଦୀ ମାନଙ୍କ ସଂଗଠନ ଚାଷୀ ମୁଲିଆ ଆଦିବାସୀ ସଂଘ ସହ ବୁଝାମଣା କରାଯାଇଥିଲା | ଏହା ମୁଖ୍ୟମନ୍ତ୍ରୀ ଙ୍କ ଜ୍ଞାତସାରରେ ହୋଇଥିଲା | ଏ ସଂକ୍ରାନ୍ତରେ ବୁଝାମଣା ପତ୍ର ମଧ୍ୟ କଂଗ୍ରେସ ପକ୍ଷରୁ ବିଧାନସଭାରେ ଉପସ୍ଥାପିତ କରଯାଇଥିଲା | ଶ୍ରୀ ସିଂହ କହିଥିଲେ ଯେ ମାଓବାଦୀ ଓ ନବୀନ ପଟ୍ଟନାୟକ ଙ୍କ ମଧ୍ୟରେ ଥିବା ସମ୍ପର୍କ ରେ ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ | ଶ୍ରୀ ସିଂହ କହିଥିଲେ ଯେ ନବୀନ ପଟ୍ଟନାୟକ ସରକାରଙ୍କ ସମସ୍ତ ବିଭାଗ ଦୁର୍ନୀତିରେ ବୁଡି ରହିଛି | ଏ ସମ୍ପର୍କରେ କଂଗ୍ରେସ ଦଳ ପକ୍ଷରୁ ବାରମ୍ବାର ବିଧାନସଭାରେ ଏହି ପ୍ରସଙ୍ଗ ଗୁଡିକ ଉତ୍ଥାପନ କରାଯାଇଛି |

ସେତେବେଳେ ଶାସକ ଦଳ ପକ୍ଷରୁ ଏହାକୁ ବିରୋଧୀ ଦଳର ଅଭିଯୋଗ ବୋଲି କୁହାଯାଉଥିଲା | ଏବେ କିନ୍ତୁ ସିଏଜି ରିପୋର୍ଟ ରେ ଉପରୋକ୍ତ ବିଷୟ ଉଲ୍ଲେଖ କରାଯିବା ଦ୍ଵାରା କଂଗ୍ରେସ ଦଳ ପକ୍ଷରୁ କରାଯାଇଥିବା ସମସ୍ତ ଅଭିଯୋଗ ପ୍ରମାଣିତ ହୋଇଯାଇଛି | ଏହି ଅବସରରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଲେ ଯେ ବନ୍ଦର ମାମଲାରେ ସିଏଜି ଦ୍ଵାରା ଯେତିକି କ୍ଷତି ଦର୍ଶଯାଇଛି, ତାହା ବାସ୍ତବିକ ଆକଳନ ଦୃଷ୍ଟିରୁ କମ | ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପତ୍ର କହିଛନ୍ତି ଯେ ସେନସେନାଲ କଥା କହିଲେ କାଳେ ଲୋକୋମାନେ ବିଶ୍ଵାସ କରିବେ ବୋଲି ମନେ କରି ବିରୋଧୀ ଦଳ ପକ୍ଷରୁ ଏପରି କଥା କୁହାଯାଉଛି | ମାଲକାନଗିରିର ଜିଲ୍ଲାପାଳ ଆର ଭିନିଲ କୃଷ୍ଣା ଓ ବିଧାୟକ ଝିନ ହିକାକାଙ୍କ ଅପହରଣ ସମୟରେ କିପରି ଭାବରେ କାର୍ଯ୍ୟ ହୋଇଥିଲା ତାହା ରାଜ୍ୟ ବାସୀ ଦେଖିଛନ୍ତି | ତେଣୁ ଏଭଳି ଅଭିଯୋଗ ସମ୍ପୂର୍ଣ କଳ୍ପୋକପିତ ବୋଲି ସେ ପ୍ରକାଶ କରିଛନ୍ତି |

Share in top social networks!
Powered By Indic IME