ନବବର୍ଷକୁ ଅଭିନନ୍ଦନ ସ୍ଵାଗତମ

download (1)ଭୁବନେଶ୍ଵରରେ କିଛି ବ୍ୟକ୍ତି ନବବର୍ଷକୁ ନୂତନ ଭାବରେ ସ୍ଵାଗତମ କରିଛନ୍ତି । ସହରର କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା,ଭିଡ ଓ ମହାନଗର ନିର୍ବାଚନର ତାତି ମଧ୍ୟରେ କିଛି ବ୍ୟକ୍ତିବିଶେଷ ଏକ ସାମୁଦ୍ରିକ ଉନ୍ନତ ଓ ସୁସ୍ଥ ସମାଜ ଗଠନ ନିମନ୍ତେ ଧ୍ୟାନ କରିବା ଏବଂ ସଂକଳ୍ପ ବଦ୍ଧ ହେବା ଅତୀବ ପ୍ରଣିଧାନ ଯୋଗ୍ୟ । ଆର୍ଟ ଅଫ୍ ଲିଭିଙ୍ଗ ଭୁବନେଶ୍ଵର ଶାଖା ପକ୍ଷରୁ ଏକ ଚାରିଦିନିଆ ‘ମୌନ ରହିବାର କଳା’ଶିବିର ଅନୁଷ୍ଠିତ ହୋଇଯାଇଛି ।୨୮ରୁ ୩୧ ଡିସେମ୍ବର ୧୩ପର୍ଯ୍ୟନ୍ତ ଏହି ଶିବିରରେ ଦେଶରବିଭିନ୍ନ ପ୍ରାନ୍ତରୁ ୫୦ଜଣ ସାଧକ ଯୋଗଦାନ କରିଥିଲେ । ନବବର୍ଷକୁ ଯୋଗ,ଧ୍ୟାନ,ପ୍ରାଣାୟାମ ଓ ସୁଦର୍ଶନ କ୍ରିଯାଦ୍ବାରାସ୍ବାଗତ୍କାରୀ ଏକ ଦିବ୍ୟସମାଜର ଗଠନ ପ୍ରତ୍ୟାହାଏକ ଘଣ୍ଟା ସମାଜ ପାଇଁ ନିଯୋଜିତ କରିବେ ବୋଲି ପ୍ରତିଜ୍ଞା କରିଥିଲେ । ‘ଭଲ୍ୟୁଣ୍ଟିୟର ଫର ବେଟର ଇଣ୍ଡିଆ’ନାମକ ଏକ ସାମାଜିକ ଆନ୍ଦୋଳନ ପରମପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ଵାରା ପରିଚାଳିତ ହେଉଛି । ସେହି କ୍ରମରୀହୀ ୫୦ଜଣ ସାଧକ ଏକ ସୁନ୍ଦର,ସମୃଦ୍ଧି ଭୁବନେଶ୍ଵର ଏବଂ ଓଡିଶାନିର୍ମାଣ ନିମନ୍ତେ ଏକ ଘଣ୍ଟା ସମାଜ ପାଇଁ ସମର୍ପଣ କରିବେ ଓ ଏକ ସ୍ଵତନ୍ତ୍ର ସୁଦୃଢ ଗଣତନ୍ତ୍ର ରାଷ୍ଟ୍ର ପ୍ରତିଷ୍ଠା ନିମନ୍ତେ ସକଳ୍ପ ନେଇଥିଲେ । ଭୋଟଦାନରମହନୀୟତାସଂପର୍କରେ ଜନସାଧାରଣଙ୍କୁ ବୁଝାଇ ଭୋଟଦାନ ନିମନ୍ତେ ୧୮ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ମାନଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ ତଥା ଭୋଟଦାନ ନିମନ୍ତେ ପ୍ରେରଣା ଦେବା ସେମାନଙ୍କର ଲକ୍ଷ । ଏକ ଭ୍ରଷ୍ଟାଚାରରହିତ ଓ ଅପରାଧ ରହିତ ଏକ ସୁସ୍ଥ ସମାଜର ଗଠନ ନିମନ୍ତେ ଶ୍ରୀଶ୍ରୀ ଗୁରୁତ୍ଵ ଦେଇଛନ୍ତି । ସେକହିଛନ୍ତି ଅପରାଧରଉତ୍ପତିଦୁଶ୍ଚିନ୍ତାରୁ ଏବଂ ଯୋଗ,ଧ୍ୟାନ,ପ୍ରାମାୟମଦ୍ଵାରା ଏଥିରୁ ନିବୃତ୍ତ ହୋଇପାରିବ । ଅନ୍ତର୍ଜାତୀୟ ପ୍ରଶିକ୍ଷକ ଶ୍ରୀ ଦେବଜ୍ୟୋତିମହାନ୍ତି ଏହି ଶିବିରର ପରିଚାଳନା କରିଥିଲେ ।ଭୁବନେଶ୍ଵର ଶାଖାର ବହୁ କର୍ମକର୍ତ୍ତା,ପ୍ରଶିକ୍ଷକ, ଏଥିରେ ଯୋଗଦାନ କରିଥିଲେ ଏବଂ ଏକ ସୁନ୍ଦର ଭବିଷ୍ୟତ ପାଇଁ ଦାୟିତ୍ଵ ନେଇଥିଲେ । ଭବିଷ୍ୟତରେ ଏପରି ବହୁ କର୍ମଶାଳା କରି ଦେଶ ନିମନ୍ତେ ଏକ ଘଣ୍ଟା ସମର୍ପଣ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ ।

Share in top social networks!