ସାଇନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

46812ଓଡିଶାର ପ୍ରତିଭା ସମ୍ପନ୍ନ ଯୁବଚେସ୍ ଖେଳାଳି ସାଇନା ସାଲୋନିକାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସାଇନା ନିକଟରେ ୟୁନାଇଟେଡ ଆରବ ଏମିରେଟସ ରେ ଅନୁଷ୍ଠିତ ବିଶ୍ଵ ଯୁବଚେସ୍ ଚମ୍ପିୟାନସିପ୍ ରେ ୧୦ ବର୍ଷରୁ କମ୍ ବାଳିକା ବିଭାଗରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲକରିଛନ୍ତି । ସାଇନାଙ୍କ ସଫଳତାରେ ପ୍ରସନ୍ନ ହୋଇ ମୁଖ୍ୟମନ୍ତ୍ରୀ ଏକ ସଭାରେ କହିଛନ୍ତି ଯେ,ତାଙ୍କର ସଫଳତା ସାରା ରାଜ୍ୟକୁ ବିଶ୍ୱସ୍ତରରେ ଗୌରବ ଆଣି ଦେଇଛି । ଏତେ କମବୟସରେ ନିଜ ପ୍ରତିଭାର ପରିଚୟ ଦେଇ ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । ଓଡିଶାର ଝିଅମାନେ ନିଜର ଅଧ୍ୟବସାୟ ଓ ନିଜର ପ୍ରତିଭା ବଳରେ ବିଶ୍ଵ ବିଜୟୀ ହୋଇ ପାରିବେ , ତାହାର ଜ୍ଵଳନ୍ତ ପ୍ରମାଣ ହୋଇଛନ୍ତି ‘ସାଇନା’ ।. ଭବିଷ୍ୟତରେ ସାଇନା ଆହୁରି ଅନେକ ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Share in top social networks!