ବିଶ୍ଵଚେତନାରେ ଶ୍ରୀ ଜଗନ୍ନାଥ ଓ ଜଗନ୍ନାଥ ମନ୍ଦିରରେ ପୂଜନ ପଦ୍ଧତି

download (2)ଅନ୍ତରାଷ୍ଟ୍ରୀୟ ଜଗନ୍ନାଥ ସୋସାଇଟି,ହାଣ୍ଡସଭିଲେ ଆମେରିକା ଓ କିଟ୍ ଟେମ୍ପଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ କିଟ୍ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସୁଦୂର ଆମେରିକାରେ ଡାକ୍ତରୀ ପେସାରେ କାର୍ଯ୍ୟରତ ଡାକ୍ତର ଭାଗବତ ସାହୁ ସେଠାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ଓ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠା ପରେ ଶ୍ରୀ ଜଗନ୍ନାଥଙ୍କ ତତ୍ତ୍ଵର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ଜଗନ୍ନାଥ ମନ୍ଦିରର ପୂଜକ ଓ ପ୍ରତିନିଧିମାନଙ୍କୁ ନେଇ କିଟ୍ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ପୂଜନ ପଦ୍ଧତି ସମ୍ପର୍କରେ ଏକ ଆଲୋଚନା ସଂଗଠିତ ହୋଇଥିଲା । ପୁରୀ ଶ୍ରୀମନ୍ଦିରର ସେବାୟତ ବଳଦେବ ସିଂହାରୀ ଓ ପୂର୍ଣଚନ୍ଦ୍ର ଖୁଣ୍ଟିଆ ପୂଜନ ପଦ୍ଧତି ସଂପର୍କରେ କହିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ପ୍ରଫେସର ଶ୍ରୀ ଗୋପାଳ ଦାଶ,ବେଦବିତ୍ ଇଂ ପ୍ରିୟବ୍ରତ ଦାଶ,ଗବେଷକ ଡଃ ଭାସ୍କର ମିଶ୍ର,ରବୀନ୍ଦ୍ର ନାରାୟଣ ମିଶ୍ର,ବିଶିଷ୍ଟ ବକ୍ତା ଓ ଦାର୍ଶନିକ ଶ୍ରୀଯୁକ୍ତ ହୃଦାନନ୍ଦ ରାୟ ସ୍କନ୍ଦ ପୁରାଣରେ ଶ୍ରୀଜଗନ୍ନାଥ,ତାଙ୍କର ବେଶ,ପୂଜନ ପଦ୍ଧତି,ଫୁଲ ଲଗାଇବା,ଆଚରଣ ଉଚ୍ଚାରଣ,ଶ୍ରୀମନ୍ଦିରରେ ଜେଉଟ ଭୋଗ,ଉତ୍କଳ ଅମାବାସ୍ୟା ଓ ବିଶ୍ଵ ଚେତନାରେ ଶ୍ରୀ ଜଗନ୍ନାଥ ଆଦି ବିଷୟରେ ତାତ୍ତ୍ଵିକ ଆଲୋକପାତ କରିଥିଲେ । ଶେଷରେ କିଟ୍ ଜଗନ୍ନାଥ ମନ୍ଦିର ପୁରୋହିତମାନଙ୍କ ଦ୍ଵାରା ଶାନ୍ତିପାଠ କରାଯାଇଥିଲା ।କିଟ୍ ମନ୍ଦିରର ଟ୍ରଷ୍ଟର ପ୍ରଶାସକ କମଳାକାନ୍ତ ରାଉତ,ଇଉପିଏ ପ୍ରଶାସକ ବାସୁଦେବ ପଟ୍ଟନାୟକ,ସହକାରୀ ଲୋକ ସମ୍ପର୍କ ଅଧିକାରୀ ରତ୍ନାକର ପଟି ପ୍ରମୁଖ କାର୍ଯ୍ୟକ୍ରମ ସଫଳତା ଦିଗରେ ସହାୟତା କରିଥିଲେ ।

Share in top social networks!