ରାଜ୍ୟ ସଂଗ୍ରହାଳୟର ୫୬ ତମ ପ୍ରତିଷ୍ଠା ଦିବସ

46682ୱେବସାଇଟ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ସଂଗ୍ରହାଳୟ ପ୍ରତି ଆକୃଷ୍ଟ କରାଯିବ । ଐତିହ୍ୟ ସମ୍ବଳିତ ସାମଗ୍ରୀର ମୂଲ୍ୟାୟନ ସହ ଅଡିଓ ଗାଇଡ ଦ୍ଵାରା ସଂଗ୍ରହାଳୟର ପୁରାତନ କଳାକୃତିର ସୂଚନା ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ସଂସ୍କୃତିକ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସଂଗ୍ରହାଳୟର ୫୬ତମ ପ୍ରତିଷ୍ଠା ଦିବସରେ କହିଛନ୍ତି । ଭାରତ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଭୁବନେଶ୍ଵର ସର୍କଲର ଡେପୁଟି ସୁପରିଟେଣ୍ଡେଣ୍ଟ ଡଃ ଜୀବନ ପଟ୍ଟନାୟକ,ନିର୍ଦ୍ଦେଶକ ସୁଶୀଲ ଦାସ ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଗ୍ରହାଳୟ ପକ୍ଷରୁ ପ୍ରକାଶିତ ଓଡିଶୀ ପଟ୍ଟଚିତ୍ର ଏକ ବିବରଣୀ ପୁସ୍ତିକା ଉନ୍ମୋଚନ ହୋଇଥିଲା । ଉତ୍ସବରେ ବ୍ରଜବନ୍ଧୁ ଶତପଥୀ,ଶ୍ୟାମସୁନ୍ଦର ପଟ୍ଟନାୟକ ଓ ବୈଷ୍ଣବ ଚରଣ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Share in top social networks!