ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉଶ୍ଚବ ୨୩ରୁ ୨୯ ଡିସେମ୍ବର -୨୦୧୨

ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶା ଗବେଷଣା ଦ୍ଵାରା ଆସନ୍ତା ୨୩ରୁ ୨୯ ଡିସେମ୍ବର ପର୍ଯନ୍ତ ୭ ଦିନ ଧରି ଭୁବନେଶ୍ଵର ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ହେବ | ଏଥିରେ ଦେଶ ଓ ବିଦେଶରୁ ପ୍ରାୟ ୩୯୮ ନୃତଶିଳ୍ପୀ ସହିତ ପ୍ରାୟ ୩୦୦ରୁ ଅଧିକ ସଙ୍ଗୀତ ଶିଳ୍ପୀ ଅଂଶ ଗ୍ରହଣ କରିବେ |
ଉଦଘାଟନ -୨୩.୧୨.୨୦୧୨
୨୪.୧୨.୨୦୧୨ -ସକାଳ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪.୩୦ରୁ ରାତି ୯ଟା ପର୍ଯ୍ୟନ୍ତ
୨୫ରୁ ୨୯-୧୨ ପର୍ଯ୍ୟନ୍ତ -ଅପରାହ୍ନ ୪.୩୦ରୁ ରାତି ୯ଟା ପର୍ଯ୍ୟନ୍ତ
ଏହି ନୃତ୍ୟ ଉଶ୍ଚବରେ ୭୦ ଜଣ ଏକକ ନୃତ ଶିଳ୍ପୀ, ୧୪ଗୋଟି ଦୌତ୍ୟ ନୃତ୍ୟ ୨୦ଟି ଦଳ ନୃତ୍ୟ ଏବଂ ୨୦ଜଣ ବିଦେଶୀ ନୃତ୍ୟ ଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି | ୨୦୦୬ ମସିହାରୁ ଆରମ୍ଭ ଏହି ଅନ୍ତର୍ଜାତିୟ ଓଡିଶୀ ନୃତ୍ୟ ଉଶ୍ଚବ – ୨୦୧୦ ପର୍ଯ୍ୟନ୍ତ ୫ ଦିନ ଧରି କରାଯାଉଥିଲା | ଗତ ବର୍ଷ ୨୦୧୧ରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପାଇଁ ବହୁ ସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇଥିବାରୁ ଏହାକୁ ୭ଦିନକୁ ବୃଦ୍ଧି କରଯାଇଥିଲା | ଏ ବର୍ଷ ମଧ୍ୟ ଏହା ୨୩ରୁ ୨୯ ଡିସେମ୍ବର ପ୍ରାୟ ୭ ଦିନ ଧରି ଏହି ଉଶ୍ଚବ କରାଯାଉଛି | ଏହି ଉଶ୍ଚବର ମୁଖ୍ୟ ଉଦେଶ୍ୟ ହେଲା ଆମ ରାଜ୍ୟ ,ରାଜ୍ୟ ବାହାରେ ଓ ବିଦେଶରେ ରହି ଏହି ନୃତ୍ୟଶିଳ୍ପୀମାନଙ୍କୁ ଗୋଟିଏ ମଞ୍ଚରେ ପରିବେଷଣର ସୁଯୋଗ ଦେବା | ଯାହାଫଳରେ ପରସ୍ପରକୁ ଦେଖିବା ଓ ଜାଣିବା ସହିତ ଓଡିଶୀ ନୃତ୍ୟର ବିଭିନ୍ନ ବିଭାଗ ଉପରେ ପରସ୍ପର ଆଲୋଚୋନା ଏବଂ ଭାବ ବିନିମୟ କରିବା | ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ଗବେଷଣା ଏବଂ ଡକୁମେଣ୍ଟେସନ୍ ପାଇଁ ମଧ୍ୟ ଏହି ଉଶ୍ଚବ ଅନେକ ସାହାଯ୍ୟ କରିବ |

Share in top social networks!