ଭାରତୀୟ ଇତିହାସ କଂଗ୍ରେସର ୭୪ ତମ ଅଧିବେଶନ ଉଦଘାଟିତ

46796କଟକ ରେଭେନ୍ସା କଲେଜର ନବ ନିର୍ମିତ କନଭେନସନ୍ ହଲରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଭାରତୀୟ ଇତିହାସ କଂଗ୍ରେସର ୭୪ତମ ଅଧିବେଶନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଏକ ସମାଜ ଏବଂ ପରସ୍ପର ପ୍ରତି ନିର୍ଭରଶୀଳ ବିଶ୍ଵରେ ବାସକରୁଅଛୁ । ତେଣୁ ଦେଶର ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ଇତିହାସର ଅଧ୍ୟୟନ ବିଭିନ୍ନ ରାସ୍ତାର ମଧ୍ୟରେ ଥିବା ସଂପର୍କକୁ ବୃଦ୍ଧି କରିବା ସହିତ ପାରମ୍ପରିକ ସମ୍ମାନ ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭାରତରେ ବିଭିନ୍ନ ଧର୍ମ ଓ ସଂସ୍କୃତିର ସମନ୍ଵୟ ଘଟିଛି । ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ ସଂସ୍କୃତିର ସମନ୍ଵୟ ଘଟିଛି । ଇତିହାସକୁ ମାନବ ଜାତିର ଅଭିଜ୍ଞାତା ଓ ବିଜ୍ଞତାର ଭଣ୍ଡାର ଘର ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଇତିହାସ ଅତୀତର ଘଟଣାବଳୀ ଓ ମୂଲ୍ୟବୋଧର ଅନୁଶୀଳନ କରି ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତିରେ ସହାୟକ ହୋଇଥାଏ । ପ୍ରଫେସର ଇନ୍ଦୁବତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୩ ଜଣିଆ ଅଧିବେଶନରେ ଦେଢ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଐତିହାସିକ ରୋମିଲା ଥାପାର,ଇର୍ଫାନ ହଡିବ ପ୍ରମୁଖ ଏହି ଅଧିବେଶନରେ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର,ସାଂସଦ ପିନାକୀ ମିଶ୍ର,ଶ୍ରୀ ଭର୍ତ୍ତୃହରି ମହାତାବ ପ୍ରମୁଖ ଉଦବୋଧନ ଦେଇଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବୈଷ୍ଣବ ଚରଣ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିଲେ ।

Share in top social networks!