‘ସରଗିଫୁଲ’ ଛାତ୍ରଛାତ୍ରୀ ମହୋତ୍ସବ -୨୦୧୩ ଉଦଯାପିତ

46216ଆଜି ସ୍ଥାନୀୟ ୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ‘ସରଗିଫୁଲ-ଛାତ୍ରଛାତ୍ରୀ ମହୋତ୍ସବ-୨୦୧୩’ ଉଦଯାପିତ ହୋଇଯାଇଛି । ଉଦଯାପନ ଉତ୍ସବରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର କହିଥିଲେ ଯେ,ସରଗିପୁଲ ମହୋତ୍ସବରେ ଛାତ୍ରଛାତ୍ରୀମାନେ ଯାହା କରିଛନ୍ତି ,ତାହା ବାସ୍ତବିକ ଅତୁଳନୀୟ ,ଆବାସିକ ଶିକ୍ଷା ବିକାଶର ମୂଳମନ୍ତ୍ର । ଛାତ୍ରଛାତ୍ରୀମାନେ ଆବାଲିଟି(A),ବିହେଭିୟର(B),କ୍ୟାରେକ୍ଟର(c),ଓ ଡିସିପ୍ଲିନ(D) ଏହି ଚାରୋଟି ଜିନିଷ ମନେ ରଖିଲେ ଜୀବନରେ ସଫଳ ହୋଇପାରିବେ । ସେମାନେ ସକାରାତ୍ମକ ଭାବେ ସୁଯୋଗ ଉପଯୋଗ କରିବା ଉଚିତ୍,ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ଶ୍ରୀ ବିଜଯ କୁମାର ସାହୁ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଦୁଇଟି ଜିନିଷ ଅର୍ଥାତ ‘ଆତ୍ମବିଶ୍ଵାସ’ ଓ ‘କଠିନ ପରିଶ୍ରମ’ ଆବଶ୍ୟକ ବୋଲି କହିଥିଲେ । ପିଲାମାନଙ୍କୁ ଗଳ୍ପ ମାଧ୍ୟମରେ ଏହି ଦୁଇଟି ବିଷୟ ବୁଝାଇଥିଲେ । ଏହି ଉଦଯାପନ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ଅଋ ଅଖିଳ ବିହାରୀ ଓତା ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ପୂର୍ବାହ୍ନରେ ଓଡିଶୀନୃତ୍ୟ,ଥିଏଟର,ବିଜ୍ଞାନ ଖେଳ,ସୃଜନାତ୍ମକ ଖେଳ,ଆଦରକାରୀରୁ ଦରକାରୀ ଜିନିଷ ତିଆରି,ପେପର କ୍ରାଫ୍ଟ,ମେଜିକ ପପେଟ୍ରୀ,ଶିଶୁ ରିପୋର୍ଟର,ଆର୍ଟ ଓ ପେଣ୍ଟିଂ,ସୃଜନାତ୍ମକ ରଚନା,କ୍ଲେ ମଡେଲିଙ୍ଗ,ଗଣିତ ଖେଳ,ଫଟୋଗ୍ରାଫି,ଫଟୋ ଏଡିଟିଂ,ଫିଲ୍ମ ପ୍ରସ୍ତୁତି,instrumental ମ୍ୟୁଜିକ୍,କ୍ରିଏଟିଭ ଡ୍ୟାନ୍ସ, ଆଦି ବିଷୟ ଉପରେ କାର୍ମଶାଳା ଅନୁଷ୍ଠିତ ହୋଇଥିଲା । ଦିନ ୨ଟାରୁ ୫ତା ପର୍ଯ୍ୟନ୍ତ ବିଜ୍ଞାନ ପ୍ରଦର୍ଶନୀ ଚାଲିଥିଲା । ଦିନ ୩ଟାରୁ ତପୋବନ ହାଇସ୍କୁଲର ୫୦ ଜଣ ଛାତ୍ରଛାତ୍ରୀ ମୁଖ୍ୟ ମଞ୍ଚରେ ‘ଛାୟା ବିଧାନସଭା’ରେ ଅଂଶଗ୍ରହଣ କରିଥିଲେ । ଅନୁସୂଚିତ ଯାଇ ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଏବଂ ଏସ୍.ସି.ଇ.ଆଇ.ଟି.ଇ ର ମିଳିତ ସହଯୋଗରେ ଆୟୋଜିତ ଏହି ‘ଛାୟା ବିଧାନସଭା’ ରେ ରାଜ୍ୟପାଳଙ୍କ ଅଭିଭାଷଣ ,ବିଲ୍ ଆଗତ,ପ୍ରଶ୍ନାତ୍ତୋର କାର୍ଯ୍ୟକ୍ରମ,ଜନସାଧାରଣଙ୍କ ସମସ୍ୟାକୁ ଉପସ୍ଥାପନ ସହିତ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ଆଦି ବିଷୟ ଉପସ୍ଥାପନ କରାଯାଇଥିଲା । ଛାତ୍ରାବସ୍ଥାରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ବିଧନସଭାର କାର୍ଯ୍ୟାବଳୀ ବିଷୟରେ ଅବଗତ କରାଇ ଭବିଷ୍ୟତରେ ରାଷ୍ଟ୍ରନୀତିଜ୍ଞ ହୋଇ ଦେଶ ଓ ଜାତିର ଗୌରବ ରକ୍ଷା ପାଇଁ ସଂକଳ୍ପ ବଦ୍ଧ ହେବା ପାଇଁ ପ୍ରେରଣା ଯୋଗାଇବା ଏହି ‘ଛାୟା ବିଧାନସଭା’ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଚଳିତବର୍ଷ ପ୍ରଥମ ଥର ପାଇଁ ସରଗିଫୁଲ ଛାତ୍ରଛାତ୍ରୀ ମହୋତ୍ସବରେ ‘ଛାୟା ବିଧାନସଭା’ ସ୍ଥାନ ପାଇଥିଲା । ଏହାକୁ ତପୋବନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ହୋଇଥିଲା । ଆଦିବାସୀ ପଡିଆ ପ୍ରାଙ୍ଗଣରେ ‘ମନଖୋଲା କଥା’ କାନଭାସ୍ ଉପରେ କୋମଳମତି ବାଳକବାଳିକାମାନେ ସେମାନଙ୍କର ମନର ଭାଷାକୁ ପ୍ରକାଶ କରିଥିଲେ । ଉଦଯାପନ ଉତ୍ସବରେ ମଞ୍ଚରେ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ପୁରସ୍କାର ବାବଦରେ ୧ହଜାର,୨ୟ ପୁରସ୍କାର ୭୫୦ଟଙ୍କା ଓ ୩ ୟ ପୁରସ୍କାର ୫୦୦ଟଙ୍କା ଓ ପ୍ରମାଣପତ୍ର ପ୍ରଦାନ କରାଯାଇଅଥିଲା । ବିଜ୍ଞାନ ପ୍ରଦର୍ଶନୀରେ ରାଇରାଙ୍ଗପୁର ଉଚ୍ଚବାଳିକା ବିଦ୍ୟାଳୟର ଦେବସ୍ମିତା ସୋରେନ୍ ଓ ସୁଦେଶା ଟୁଡୁଙ୍କୁ ପ୍ରକଳ୍ପ ପ୍ରଥମ ପୁରସ୍କାର, ନବରଙ୍ଗପୁରର ଚକ୍ର ମାଝୀ ଓ ମଧୁ ଭତ୍ରାଙ୍କ ‘ହାଇଡ୍ରୋଲିକ୍ ବେଡ୍’ ୨ୟ ପୁରସ୍କାର ,କୋଣାର୍କ ହାଇସ୍କୁଲର ଶ୍ଵେତପଦ୍ମା ସ୍ଵାଇଁ ଓ ନବ ସିଂ ଙ୍କ ସୋଲାର ଗ୍ରେନ୍ ଡ୍ରାୟାର ୩ ୟ ପୁରସ୍କାର ଲାଭ କରିଥିଲା । ପ୍ରକାଶ ଥାଉକି,’ସରଗିଫୁଲ ଛାତ୍ରଛାତ୍ରୀ ନହୋତ୍ସବ- ୨୦୧୦’ ମସିହାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ ହୋଇଥିଲା । ‘ସରଗିଫୁଲ-୨୦୧୩’ ଉତ୍ସବର ସମସ୍ତ ଷ୍ଟଲ ଗୁଡିକୁ ଜଙ୍ଗଲ ପରିବେଶ ଭଳି ସୁସଜ୍ଜିତ କରାଯାଇଥିଲା ।

Share in top social networks!