ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନରେ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସ

download (1)ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବର ଆଜିଥିଲା ଚତୁର୍ଥ ଦିବସ ।କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସୁଦୂର ଆମେରିକାରୁ ଆସିଥିବା ନୃତ୍ୟାଙ୍ଗନା ଅମ୍ବିକା ରାଉତରାୟଙ୍କ ଏକକ ଅଭିନୟ ଶଙ୍କାରାଭରଣ ପଲ୍ଲବୀରୁ ଯାହା ରାଗ ଶଙ୍କରାଭରଣ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେଷିତ ଯାହାର ସ୍ଵର ସଂଯୋଜନା କରିଥିଲେ ଭୁବନେଶ୍ଵର ମିଶ୍ର ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର । ପରେ ମାଲୟେସିଆରୁ ଆସିଥିବା ଏକକ ନୃତ୍ୟ ଶିଳ୍ପୀ ବନ୍ଦୀକା ଶିବଲିଙ୍ଗମ୍ ଙ୍କ ‘ମିନ ନୟନା କ୍ଷୀଣ ହେବଣି’ ଯାହା ରାଗ କାମୋଦୀ ଏବଂ ତାଲା ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ତାପରେ ଦୈତ୍ୟ ନୃତ୍ୟ ପର୍ଯ୍ୟାୟ ରେ ଭୁବନେଶ୍ଵରର ପ୍ରିୟଙ୍କା ମିଶ୍ର ଓ ସ୍ମୃତିରେଖା ତ୍ରିପାଠୀଙ୍କ ଦ୍ଵାରା ‘କଳାବତୀ ପଲ୍ଲବୀ’ ଯାହା ତାଳ ଏକତାଳୀ ଏବଂ ‘ଛାଡିଦେ ମନୁ ଚିନ୍ତା’ ଯାହା ରାଗ ସୁଦ୍ଧା ଦେଶୀ ଓ ତାଳ ରୂପକ ଉପରେ ପର୍ଯ୍ୟବେସିତ ଥିଲା । ପରେ ପୋଲାଣ୍ଡର ନୃତ୍ୟାଙ୍ଗନା ଶବିନା ସେନ୍ ଙ୍କ ଦ୍ଵାରା ଗୀତାଗୋବିନ୍ଦର ‘ରାମତେ ୟମୁନା’ ଯାହା ରାଗ ପିଲୁ ଓ ତାଲା ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା ଏବଂ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି । ପରେପରେ ଦୈତ୍ୟ ନୃତ୍ୟ ପର୍ଯ୍ୟାୟରେ ଶ୍ରୀଲଙ୍କାରୁ ଆସିଥିବା ବୁଧିକା ଏଡ୍ରିଶିଙ୍ଗ ଓ ସୁମୋଇ ମୁଖାର୍ଜୀଙ୍କ ଦ୍ଵାରା ‘ଦୂର୍ଗା’ ପରିବେଷଣ କରିଥିଲେ ଯାହା ରାଗ ପଟ୍ଟଦୀପ୍ ଓ ତାଳ ଏକତାଳୀ ଓ ତ୍ରିପଟା ଉପରେ ପର୍ଯ୍ୟବେସିତ ଥିଲା । ପରେପରେ ନିବେଦିତା ପତ୍ରୀଙ୍କ ଏକକ ନୃତ୍ୟ କ୍ରମରେ ‘ଶ୍ୟାମ ଶିଖଣ୍ଡ ଚୁଳ’ ପରିବେଷଣ କରିଥିଲେ ଯାହା ରାଗ ମିଶ୍ରକାଫୀ ଓ ତାଳ ଖେମଟା ଉପରେ ପର୍ଯ୍ୟବେସିତ । ଅପରାହ୍ନ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ ଥିଲା ଉତ୍କଳ ସଂଗୀତ ମହାବିଦ୍ୟାଳୟର କଳାକାରଙ୍କ ଦ୍ଵାରା ଦଳଗତ ନୃତ୍ୟ ‘ମଧ୍ୟମାଦୀ ପଲ୍ଲବୀ’ ଏବଂ ‘ନବଦୁର୍ଗା’ ପରିବେଷଣ କରି ସେମାନେ ଦର୍ଶକଙ୍କୁ ବିମୋହିତ କରିଥିଲେ ।ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏକକ ନୃତ୍ୟ ଅଭିନୟରେ ‘ଆରେ ବାବୁ ଘନ ଶ୍ୟାମ’ ପରିବେଷଣରୁ ଯାହା ତାଲା ରୂପକ ଉପରେ ପର୍ଯ୍ୟବେସିତ ଥିଲା ଏହାକୁ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କ ଠାରେ ଉପସ୍ଥାପନ କରିଥିଲେ ଭୁବନେଶ୍ଵରର କାକଳୀ ପରମଗୁରୁ । ପରେପରେ ଦୈତ୍ୟ ନୃତ୍ୟ ପର୍ଯ୍ୟାୟରେ କଲିକତାରୁ ଆସିଥିବା ଶ୍ଵେତା ଭଟ୍ଟାଚାର୍ଜ୍ୟ ଓ ସାୟରୀମୁଖାର୍ଜୀ ଙ୍କ ଦ୍ଵାରା ‘ଶାନ୍ତା କଦମ୍’ ଯାହା ରାଗ ଗୁର୍ଜୁରୀ ତୋଡି ଓ ତଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ପରେପରେ ଏକକ ନୃତ୍ୟ ପର୍ଯ୍ୟାୟରେ ମେହଶ୍ଵରୀ ପ୍ରଧାନଙ୍କ ଦ୍ଵାରା ‘ପଲ୍ଲବୀ ହଂସଧ୍ୱନି’ ପରିବେଷିତ ହୋଇଥିଲା । ତା ପରେ ଦୈତ୍ୟ ନୃତ୍ୟ ପର୍ଯ୍ୟାୟରେ ସୁନିତା ମହାରଣା ଓ ତପସ୍ଵୀନୀ ପଣ୍ଡାଙ୍କ ‘ରାଧାରାଣୀ ସଙ୍ଗେ ନାଚେ ମୁରଲୀପାଣି’ ଯାହା ଏକତାଳି ଓ ରାଗ-ବକୁଳାଭରଣ ପରିବେଷଣ କରିଥିଲେ । ପରେପରେ ଏକକନୃତ୍ୟରେ ଇଟାଲିରୁ ଆସିଥିବା ସାନତାନୀ ରୋମବାଲାଙ୍କ ଦ୍ଵାରା ‘ଆରଭୀ ପଲ୍ଲବୀ’ ପରିବେଷିତ ହୋଇଥିଲା । ତାପରେ ଦୈତ୍ୟ ନୃତ୍ୟରେ ସ୍ମୃତି ପୁଷ୍ପା ପଣ୍ଡାଓ ଚିତ୍ରସେନ ସ୍ଵାଇଁ ‘ଆଦିଦେବ ସଦାଶିବଙ୍କ ବନ୍ଦନା’ ଓଡିଶୀ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ତାପରେ ଅତସୀ ମିଶ୍ର ରାମାୟଣରୁ ଉଦ୍ଧୃତ ବିଭିନ୍ନ କାହାଣୀକୁ ନେଇ ‘ନବରସ’ ପରିବେଷଣ କରିଥିଲେ । ଶେଷରେ ଦଳଗତ ନୃତ୍ୟରେ ଆମେରିକାର ଉର୍ବଶୀ ଅନୁଷ୍ଠାନ ଦ୍ଵାରା ‘ଗତିବିଳାଶ ପଲ୍ଲବୀ’ ଏବଂ ଭୁବନେଶ୍ଵର ଗନ୍ଧର୍ବ କଳା ପରିଷଦର କଳାକାର ମାନଙ୍କ ଦ୍ଵାରା ‘ପଞ୍ଚପରମେଶ୍ଵର’ ପରିବେଷିତ ହୋଇଥିଲା । ଆଜି ସନ୍ଧ୍ୟାର ଅତିଥି ଥିଲେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଓ ସମ୍ବରପୂର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ପ୍ରିୟମ୍ବଦା ମହାନ୍ତି ହେମଜାଦୀ ; ଗୁରୁ ଦେବା ପ୍ରସାଦ ଦାସ ଙ୍କ ସୁପତ୍ନୀ ଗୁରୁମ ଜୀତା ରାଣୀ ଦାସ ; ପୂର୍ବତନ ନିର୍ବାଚନ କମିଶନର ଶ୍ରୀଯୁକ୍ତ ସଂଜୀବ ହୋତା ; ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଶ୍ରୀଯୁକ୍ତ ସୁଶୀଲ କୁମାର ଦାସ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ.ଶ୍ରୀନିବାସ ଘଟୁଆରୀ ।

Share in top social networks!