୭ଟି ଘରୋଇ କଲେଜରେ ବିବିଏ ଓ ବିସିଏ ପିଲାଙ୍କୁ ପରୀକ୍ଷା ଲାଗି ଅନୁମତି

46644
୭ଟି ଘରୋଇ କଲେଜର ବିବିଏ,ବିସିଏ,ବିଏସଡବ୍ଲ୍ୟୁ,ଏମଏଫସି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ଲାଗି ସରକାର ଅନୁମାଟି ଦେଇଛନ୍ତି । ସେହିପରି ଦୁଇଟି କଲେଜର ବିବିଏ ଓ ବିସିଏ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ପରୀକ୍ଷା ଲାଗି ଅନୁମତି ଦେଇଥିବା ୭ ଟି ଘରୋଇ କଲେଜ ହେଲା ଖୋର୍ଦ୍ଧାର ଆଫିନିଟି ବିଜିନେସ ସ୍କୁଲ,ଭବାନୀପାଟଣାର ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ୍ ଆଇଟି ମ୍ୟାନେଜମେଣ୍ଟ,ବ୍ରହ୍ମପୁରର ଆଡଭାନ୍ସଡ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟାଡିଜ,ଗୋବିନ୍ଦପୁର କଲେଜ,ଯାଜପୁର ଚିତାଳୋ ମହାବିଦ୍ୟାଳୟ,ଭୁବନେଶ୍ଵରର ଜ୍ଞାନଭାରତୀ କଲେଜ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ବ୍ରହ୍ମପୁରର ଚକାଡୋଳା ଇନଷ୍ଟିଚ୍ୟୁଟ ଅଫ୍ ଇନଫରମେସନ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ । ସେହିପରି ଯେଉଁ ୨ ଟି କଲେଜର ପରୀକ୍ଷା ଫଳ ପ୍ରକାଶ ଲାଗି ଉଚ୍ଚଶିକ୍ଷା ବିଭାଗ ଅନୁମତି ଦେଇଛି । ସେଗୁଡିକ ହେଲା ବ୍ରହ୍ମପୁରର ଚକାଡୋଳା ଇନଷ୍ଟିଚ୍ୟୁଟ ଅଫ୍ ଇନଫରମେସନ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଓ ଆଡଭାନ୍ସଡ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ।

Share in top social networks!