ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଜିଲ୍ଲା ସମ୍ପାଦକ ସମ୍ମିଳନୀ -୨୦୧୩ ଉଦଯାପିତ

DSC_0207
ଭାରତୀୟ ରେଡକ୍ରସ୍ ସୋସାଇଟି ଏବଂ ଆଇ.ସି.ଆର.ସି ନୂଆଦିଲ୍ଲୀଙ୍କ ମିଳିତ ସହାୟତାରେ ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟ ଶାଖା ପକ୍ଷରୁ ସ୍ଥାନୀୟ ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲ ,ଭୁବନେଶ୍ଵର ଠାରେ ଦୁଇ ଦିନିଆ ଜିଲ୍ଲା ସମ୍ପାଦକ ସମ୍ମିଳନୀ ଆୟୋଜନ କରଯାଇଥିଲା । ଏହି ସମ୍ମିଳନୀ ରେ ଜିଲ୍ଲା ରେଡକ୍ରସ୍ ଶାଖା ଗୁଡିକରେ ହେଉଥିବା ବିଭିନ କାର୍ଯ୍ୟକ୍ରମର ସମୀକ୍ଷା କରଯାଇଥିଲା ଏବଂ ୨୦୧୧ -୧୨ ଆର୍ଥିକ ବର୍ଷ ର କାର୍ଯ୍ୟକ୍ରମକୁ ଅନୁଶୀଳନ କରି ୨୦୧୨-୧୩ ଆର୍ଥିକ ବର୍ଷର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତସମ୍ମିଳନୀର ଉଦଘାଟନୀ ଉତ୍ସବରେ ଓଡିଶା ରାଜ୍ୟ ଶାଖାର ଅବୈତନିକ ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ସ୍ଵାଗତ ଭାଷଣ ଦେବା ସଙ୍ଗେସଙ୍ଗେ ରେଡକ୍ରସ ଆନ୍ଦୋଳନକୁ ସୁଦୂରପ୍ରସାରୀ କରିବା ନିମନ୍ତେ ଜିଲ୍ଲା ଶାଖା ଗୁଡିକର ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏହି ସମ୍ମିଳନୀରେ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତସମ୍ମିଳନୀରେବାଲେଶ୍ଵର,ଜଗତସିଂହପୁର,କେନ୍ଦ୍ରାପଡା,କଟକ,ପୁରୀ,ଖୋର୍ଦ୍ଧା,ନୟାଗଡ,ବଲାଙ୍ଗୀର,ସୁବର୍ଣ୍ଣପୁର,ନୂଆପଡା,କୋରାପୁଟ,ସମ୍ବଲପୁର,କେଉଁଝର,ସୁନ୍ଦରଗଡ ଅନୁଗୁଳ,ଢେଙ୍କାନାଳ,ଯାଜପୁର ଜିଲ୍ଲା ଶାଖାର ଏବଂ ଆଞ୍ଚଳିକ ଶାଖା ପୋଲିସ କମିସନରରେଟର ସଂପାଦକ/ପ୍ରତିନିଧି ମାନେ ଯୋଗଦେଇଥିଲେ। ଏହି ଉଦଘାତବୀ ଉତ୍ସବରେ ରାଜ୍ୟ ଶାଖାର ଅବୈତନିକ ଯୁଗ୍ମ ସଚିବ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ଦାସ ସ୍ଵାଗତ ଭାଷା ଏବଂ ଶ୍ରୀ ସୁଧୀର କୁମାର ସାହୁ,ପ୍ରକଳ୍ପ କୁମାର ସାହୁ,ପ୍ରକଳ୍ପ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଉଦଯାପନୀ ଉତ୍ସବରେ ଓଡିଶା ରାଜ୍ୟ ଶାଖା ସ୍ୱାସ୍ଥ୍ୟ ଓ ଯତ୍ନ କମିଟିର ଅଧ୍ୟକ୍ଷ ତଥା ଓଡିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁଧାଂଶୁ ଭୂଷଣ ମିଶ୍ର,ଆଇ ଏ.ସ ମୁଖ୍ୟ ଅତିଥି ରୂପେ ଯୋଗଦାନକରିଥିଲେ । ରେଡକ୍ରସ ଓଡିଶା ରାଜ୍ୟଶାଖା ଦ୍ଵାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସଙ୍ଗେସଙ୍ଗେ ଜିଲ୍ଲା ଶାଖା ମାନଙ୍କର ସାହାୟତାରେ ରାଜ୍ୟଶାଖାର କାର୍ଯ୍ୟକ୍ରମ କିପରି ଆହୁରି ସୁନ୍ଦର ପ୍ରସାରୀ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏତଦବ୍ୟତୀତ ସମାଜରେ ଭିନ୍ନକ୍ଷମ ଲୋକମାନଙ୍କ ପାଇଁ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଉଦଯାପନୀ ଉତ୍ସବରେ ଓଡିଶା ରାଜ୍ୟଶାଖା finance standing committee ର ଅଧ୍ୟକ୍ଷ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀଯୁକ୍ତ ବିଜୟକୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶାଖା ଗୁଡିକ କିପରି ଆର୍ଥିକ ଶୃଙ୍ଖଳା ରକ୍ଷା କରିବା ସହିତ ନିୟମିତ ସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଭାରତୀୟ ରେଡକ୍ରସ ସୋସାଇଟିର ଓଡିଶା ରାଜ୍ୟଶାଖାର ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ଏହି କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ କର୍ମଶାଳାରେ ଆଲୋଚିତ ହୋଇଥିବା କାର୍ଯ୍ୟସୂଚୀ ଉପରେ ତଥ୍ୟ ଉପସ୍ଥାପନା କରିଥିଲେ । ଓଡିଶା ରାଜ୍ୟଶାଖାର ଅବୈତନିକ ଯୁଗ୍ମ ସଚିବ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶ୍ରୀ ସୁଧୀର କୁମାର ସାହୁ,ପ୍ରକଳ୍ପ ସଂଯୋଜକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share in top social networks!
Powered By Indic IME