ଏଥର ବାରିପଦାଠାରେ ଆୟଜିତ ହେବ ୧୮ତମ ରାଜ୍ୟ ଯୁବ ଉତ୍ସବ

ରାଜ୍ୟର ଯୁବକ ଯୁବତୀମାନଙ୍କର ଅନ୍ତନିହିତ ପ୍ରତିଭାର ବିକାଶ ଏବଂ ଯୁବ କଳାକାରମାନଙ୍କୁ ଚିହ୍ନଟ ତଥା ପ୍ରୋସ୍ଥାହନ ଦେବା ପାଇ ଜିଲ୍ଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ଯୁବ ଉସ୍ତବମାନ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଅଛି | ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ତଥା ରାଜ୍ୟ ଯୁବକଲ୍ୟାଣ ପରିଷଦ ଦ୍ବାରା ଚଳିତ ବର୍ଷ ରାଜ୍ୟ ‘ଯୁବ ଉସ୍ତବ-୨୦୧୨’ ଡିସେମ୍ବର ମାସ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲ୍ଲାର ବାରିପଦାଠାରେ ଆୟୋଜନ କରାଯାଉଛି| ରାଜ୍ୟର ସମସ୍ତ ଜିଲ୍ଲାରୁ ଅନ୍ୟୁନ ୯୦୦ ଜଣ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଯୋଗଦେବ | ଉସ୍ତବରେ କ୍ଲାସିକାଲ (ଭୋକାଲ୍), ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ, ଲୋକଗୀତ ଆଦି ସଂଗୀତ ସହ ନାଟକ (ଏଙ୍କାଙ୍କିକା), ବକ୍ତ୍ରୁତା, ଓଡିଶୀ, କୁଚୁପୁଡି, ଭାରତନାଟ୍ୟମ ପ୍ରଭୁତି ନୃତ୍ୟ ଏବଂ ସୀତାର, ବଂଶୀ, ତବଲା, ବୀଣା, ମୃଦଂଗମ, ହାରୋମନିୟମ (ଲ୍ଘୁ), ଗୀତାର ଭଳି ବାଦ୍ୟଯନ୍ତ୍ର ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ |
କୃତୀ କଳାକାରମାନେ ଜାନୁଆରୀ ୧୨ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ଉସ୍ତବରେ ଅଂଶ ଗ୍ରହଣ କରିବା ପାଇ ଜିଲ୍ଲାସ୍ତରରୁ ଯୁବ ପ୍ରତିଭାମାନଙ୍କୁ ବଛାଯାଇଛି |
ଯୁବ ଉସ୍ତବ୍ ସମ୍ପକୀୟ ଅଧୀକ ତଥ୍ୟ ପାଇ କ୍ରୀଡା ଓ ଯୁବସେବା ବିଭାଗ, ନୟାପଲ୍ଲୀ, ଭୁବନ୍ସେଅଵର୍ ସହିତ ଯୋଗାଯୋଗ କରିବକୁ ବିଭଗ ତରଫରୁ ପ୍ରକଶ କରାଯାଇଛି |

Share in top social networks!