‘ସରଗିଫୁଲ’ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବର ଦ୍ଵିତୀୟ ଦିବସ

46682
ଆଜି ସ୍ଥାନୀୟ ୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆ ପ୍ରାଙ୍ଗଣରେ ସକାଳ ୯ଟାରୁ ୧୨.୩୦ ପର୍ଯ୍ୟନ୍ତ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବ ସରଗିଫୁଲ -୨୦୧୩ ର ଦ୍ଵିତୀୟ ଦିବସ ପାଳନ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ଛାତ୍ରଛାତ୍ରୀମାନଙ୍କୁ ସୁଯୋଗକୁ ଅନୁଧ୍ୟାନ କରି ଆଗକୁ ବଢିବାକୁ ହେବ । ‘ସରଗିଫୁଲ’ ମହୋତ୍ସବ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶରେ ଯଥେଷ୍ଟ ସହାୟକ ହେବ । ପ୍ରକୃତିର ସନ୍ତାନ ଛାତ୍ରଛାତ୍ରୀମାନେ ହେଉଛନ୍ତି ଶାଶ୍ଵତ ଓ ସରଗିଫୁଲ ଭଳି ସୁନ୍ଦର । ସେମାନେ ସେବା ଓ ଉତ୍କର୍ଷର ପ୍ରତୀକ । ଅନୁସୂଚିତଜାତି ଓ ଜନଜାତି ର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାକୁ ଲୋକଲୋଚନାକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଆହୁରି ବିକଶିତ କରିବା ଏହିଉ ‘ସରଗିଫୁଲ’ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଆୟୋଜିତ କାର୍ମଶାଳା ଓ ପ୍ରତିଯୋଗୀତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦ୍ଵିଗୁଣିତ କରିବ । ଏହି ମହୋତ୍ସବରେ ଧନ୍ୟବାଦ ଦେବା ଅବାସରରେ ବିଭାଗୀୟ ନିର୍ଦ୍ଦେଶକ (ଅନୁସୂଚିତ ଜାତି ଓ ଜନଜାତି ) ଅଖିଳ ବିହାରୀ ଓତା ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ନିଜନିଜ ମଧ୍ୟରେ ଭାବ ବିନିମୟ କରିବା ସହିତ କର୍ମଶାଳାରୁ ଶିକ୍ଷା ଲାଭ କରି ଯେଉଁ ଅନୁଭୂତି ଗ୍ରହଣ କରିବେ,ତାହାକୁ ନିଜ ବିଦ୍ୟାଳୟ ତଥା ଆଖପାଖ ବିଦ୍ୟାଳୟକୁ ମଧ୍ୟ ସମ୍ପ୍ରସାରିତ ଓ ଅଧିକ ବ୍ୟାପକ କରି ଦେଶର ଟେକ ରଖିବେ ବୋଲି କହିଥିଲେ । ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାର କେବଳ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ସ୍କୁଲ,ସେବାଶ୍ରମ,ଉଚ୍ଚବିଦ୍ୟାଳୟ,ଆବାସିକ ବିଦ୍ୟାଳୟ,ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷାପୁଞ୍ଜରେ ୫ ମରୁ ୧୦ ଶ୍ରେଣୀରେ ପଢୁଥିବା ୭୫୦ ଜଣ ଛାତ୍ରଛାତ୍ରୀ ୧୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଗତ ନଭେମ୍ବର ମାସରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇ କେବଳ ଶ୍ରେଷ୍ଠ ବିଜେତାଙ୍କୁ ହିଁ ଚୟନ କରାଯାଇଥିଲା । ଶ୍ରେଷ୍ଠ ବିଜେତାମାନେ ଏହି ରାଜ୍ୟସ୍ତରୀୟ ‘ସରଗିଫୁଲ’ ମହୋତ୍ସବରେ ଯୋଗଦାନ କରିଛନ୍ତି । ‘ସରଗିଫୁଲ-୨୦୧୩’ ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୯ଟାରୁ ୧୨.୩୦ ପର୍ଯ୍ୟନ୍ତ ଓଡିଶୀନୃତ୍ୟ,ଥିଏଟର,ବିଜ୍ଞାନ ଖେଳ,ସୃଜନାତ୍ମକ ଖେଳ,ଆଦରକାରୀରୁ ଦରକାରୀ ଜିନିଷ ତିଆରି,ପେପର କ୍ରାଫ୍ଟ,ମେଜିକ ପପେଟ୍ରୀ,ଶିଶୁ ରିପୋର୍ଟର,ଆର୍ଟ ଓ ପେଣ୍ଟିଂ,ସୃଜନାତ୍ମକ ରଚନା,କ୍ଲେ ମଡେଲିଙ୍ଗ,ଗଣିତ ଖେଳ,ଫଟୋଗ୍ରାଫି,ଫଟୋ ଏଡିଟିଂ,ଫିଲ୍ମ ପ୍ରସ୍ତୁତି,instrumental ମ୍ୟୁଜିକ୍,କ୍ରିଏଟିଭ ଡ୍ୟାନ୍ସ, ଆଦି ୧୮ଟି ବିଷୟରେ ସିନିୟର ଓ ଜୁନିୟର ବିଭାଗ ପାଇଁ ୨୬ ଟି କର୍ମଶାଳା ଆୟୋଜନ କରାଯାଇଛି ଏଥିରେ ପରବର୍ତୀ ପର୍ଯ୍ୟାୟରେ ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ବରିଷ୍ଠ ଓ କନିଷ୍ଠ ବିଭାଗରେ ଓଡିଆ ବକ୍ତୃତା ,ଓଡିଆ ଇଲୋକ୍ୟୁସନ,ଗଣିତ କୁଇଜ ,ବିଜ୍ଞାନକୁଇଜ,ସାଧାରଣ ଜ୍ଞାନ,କୁଇଜ,ସୋଲୋ ସଙ୍ଗୀତ,ସୋଲୋ ନୃତ୍ୟ ଆୟୋଜନ କରାଯାଇଥିଲ।। ଉଦ୍ଘାଟନୀ ଉତ୍ସବରେ ଛାତ୍ରଛାତ୍ରୀ ମାନେ ନନ୍ଦନକାନନ,ଧଉଳି,ପ୍ଲାନେଟୋରିୟମ,ମ୍ୟୁଜିୟମ ଆଦି ବୁଲି ଦେଖିଥିଲେ । ଆଜି ସନ୍ଧ୍ୟାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାକୁ ଲୋକଲୋଚନାକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଆହୁରି ବିକଶିତ କରିବା ଏହି ‘ସରଗିଫୁଲ’ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଏହି ମହୋତ୍ସବ ଡିସେମ୍ବର ୨୯ତାରିଖ ପର୍ଯ୍ୟନ୍ତ ଚାଲିବ ।

Share in top social networks!