ମୁଲ୍ୟବାନ ସରକାରୀ ଜମିର ପୁନରୁଦ୍ଧାର ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

46569
କଟକ ଜିଲ୍ଲାର ସିଡିଏ ଅଞ୍ଚଳର ବାଉ ମୁଲ୍ୟବାନ ସରକାରୀ ଜମି ଯାହାର ମୂଲ୍ୟ ପ୍ରାୟ ୨୦୦୦ କୋଟି ଟଙ୍କାରୁ ଅଧିକ ହେବ ତାହା ବେଆଇନ ଏବଂ ଚଞ୍ଚକତା ପୂର୍ଣ୍ଣ ଭାବରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ରେକର୍ଡ ହୋଇଥିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହି ଜମିର ପୁନରୁଦ୍ଧାର ନିମନ୍ତେ ଡିସେମ୍ବର ୨୭,୨୦୧୩ରିଖ ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟଯେ,୧୯୭୩-୭୪ ମସିହାରେ ସରକାରୀ ଖାତାରେ ଥିବା ଅନେକ ମୁଲ୍ୟବାନ ଜମିକୁ ଦୀର୍ଘ ୩୭ବର୍ଷ ବେଆଇନ ଭାବରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ରେକର୍ଡ ଭୁକ୍ତ କରିବା ପାଇଁ ତତ୍କାଳୀନ ଆଡସିନାଲ କମିଶନର,ସେଟେଲମେଣ୍ଟ ଏବଂ କନସୋଲିଟେସନ(addl।commissioner,settlement and consolidation)ଓ କେତେକ କ୍ଷେତ୍ରରେ ଓଇ,ଜିଲ୍ଲାପାଳ ଙ୍କ ଦ୍ଵାରା ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କଠାରୁ ପ୍ରକାଶ ଯେ,ଏହିଭଳି ୪୫ଟି କେସ୍ ତାଙ୍କ ଦୃଷ୍ଟିକୁ ଆସିଛି । ତନ୍ମଧ୍ୟରୁ ଦୁଇଟି କେସ୍ କ୍ରିମିନାଲ ବ୍ରାଞ୍ଚକୁ ରେଫର କରାଯାଇଛି ଏବଂ କ୍ରିମିନାଲ ବ୍ରାଞ୍ଚ ଏହାର ଅନୁସନ୍ଧାନ କରୁଛି । ମାମଲାଗୁଡିକର ଗୁରୁତ୍ଵକୁ ଉପଲବ୍ଧ କରି ରାଜସ୍ୱ ମନ୍ତ୍ରୀ ଶ୍ରୀ ପାତ୍ର ଯେଉଁ ସରକାରୀ ଜମିଗୁଡିକ ବେଆଇନ ଭାବରେ ଓଇ,ଜିଲ୍ଲାପାଳ ଙ୍କ ଦ୍ଵାରା ବ୍ୟକ୍ତି ବିଶେଷଙ୍କ ନାମରେ ରେକର୍ଡ କରାଯିବା ପାଇଁ ଆଦେଶ କରାଯାଇଛି । ତାର ପୁନରୁଦ୍ଧାର ପାଇଁ ରାଜସ୍ଵ ପରିଷଦଙ୍କ ଇଜିଲାସରେ ଓଇଏ ଆକ୍ଟ ର ଧାରା ୩୮ ରେ ରିଭିଜନ କେସ ଫାଇଲ କରିବା ପାଇଁ ତଥା ଯେଉଁ ଜମିଗୁଡିକ ବେଆଇନ ଭାବେ ସର୍ଭେ ଓ ସେଟେଲମେଣ୍ଟ ଆକ୍ଟ ୯୦ଅନୁଯାୟୀ କମିଶନର,ସେଟେଲମେଣ୍ଟ ଙ୍କ ଦ୍ଵାରା ବ୍ୟକ୍ତି ବିଶେଷଙ୍କ ନାମରେ ରେକର୍ଡ ପାଇଁ ଆଦେଶ କରାଯାଇଛି,ତାହା ବିରୁଦ୍ଧରେ ମାନ୍ୟବର ଉଚ୍ଚନ୍ୟାୟାଳୟରେ ଚିଟ ଫାଇଲ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପୁନଶ୍ଚ ତତ୍କାଳୀନ ଆଡସିନାଲ କମିଶନର,ସେଟେଲମେଣ୍ଟ ଙ୍କ କୋର୍ଟରେ ଆଉ କେତେକ କେସରେ ଫଇସଲା ହୋଇ ଏଭଳି ସରକାରୀ ଜମି ବ୍ୟକ୍ତି ବିଶେଷଙ୍କ ନାମରେ ରେକର୍ଡ ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ତାହାର ପୁନଃ ଯାଞ୍ଚ ପାଇଁ ଜିଲାପାଳଙ୍କୁ ଆଦେଶ ଦେଇଛନ୍ତି ଏବଂ ଯେଉଁ କେସ ଗୁଡିକ କଇଶନରଙ୍କ କୋର୍ଟରୁ ତହସିଲଦାରଙ୍କ ପାଖକୁ ରିମାଣ୍ଡ କରାଯାଇଛି ତାହା ମଧ୍ୟ ଏକମାସ ମଧ୍ୟରେ ଫଇସଲା ପାଇଁ ତହସିଲଦାରଙ୍କୁ ଆଦେଶ ଦେଇଛନ୍ତି । ଏହି ବୈଠକରେ ରାଜସ୍ୱ ପରିଷଦ,ଅତିରିକ୍ତ ମୁଖ୍ୟ ଶାସନ ସଚିବ,ରାଜସ୍ୱ ବିଭାଗ,ସଚିବ ବିଧି ବିଭାଗ,ସିନିୟର ସରକାରୀ ଆଡଭୋକେଟ,ସିଡିଏଙ୍କ ସମେତ ବିଭାଗୀୟ ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!