ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବର ଦ୍ଵିତୀୟ ଦିବସରେ ଓଡିଶୀ ଛନ୍ଦ ଓ ରସର କମନୀୟ ପ୍ରଦର୍ଶନ

download (3)ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ଏବଂ ଓଡିଶୀ ଗବେଷଣା କେନ୍ଦ୍ର ଦ୍ଵାରା ନିବେଦିତ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ଵିତୀୟ ଦିବସ । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସୁକୃତି କୁମାରଙ୍କ ଏକକ ନୃତ୍ୟ ପରିବେଷଣରୁ । ତା ପରେ ଶିଳ୍ପା ସୋନାଲୀ ମହାନ୍ତିଙ୍କ ଏକକ ନୃତ୍ୟ,ରୋଜାଲିନ ପଣ୍ଡା ଓ ବୌସାରାଣୀ ସ୍ଵାଇଁଙ୍କ ଦୈତ୍ୟ ନୃତ୍ୟ ପରେ ସରିତା ପାଲ ଏବଂ ନେହାରୀ ଦାସଙ୍କ ଏକକ ନୃତ୍ୟ ସହିତ ସ୍ଵାତି ସିଂହ ଓ ଅନିଶା ଅନୁକମ୍ପାଙ୍କ ଦୈତ୍ୟ ନୃତ୍ୟ,ଚନ୍ଦ୍ରିକା ମହାପାତ୍ରଙ୍କ ଏକକ ନୃତ୍ୟ ଏବଂ ଶେଷରେ ଲୋକନାଥ ସଂଗୀତା କଳା ନିକେତନର କଳାକାରଙ୍କ ଦ୍ଵାରା ଦଳଗତ ନୃତ୍ୟରେ ଓଡିଶୀର ବିଭିନ୍ନ ଛନ୍ଦ ଓ ରସକୁ ତାଙ୍କର ନୃତ୍ୟ ମାଧ୍ୟମରେ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ସୁପର୍ଭା ମିଶ୍ରଙ୍କ ଦ୍ଵାରା ‘ନବରସ’ ପରିବେଷଣ ଯାହା ରାଗ ମାଳିକା ଓ ତାଳ ମାଳିକା ଉପରେ ପରିବେଷିତ ଥିଲା ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ସୁଧାକର ସାହୁ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଦେବ ପ୍ରସାଦ ସାହୁ ଏବଂ ସ୍ଵର ସଂଯୋଜନା କରିଥିଲେ ଅଖିଳ ଲେଙ୍କା । ଦୈତ୍ୟ ନୃତ୍ୟରେ ସଳଖା ରାୟ ଓ ଶୋଭା ବିସିତ୍ ଙ୍କ ଦ୍ଵାରା ‘ରାଗ ମାଳିକା ପଲ୍ଲବୀ’ ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ପଦ୍ମଶ୍ରୀ ମାଧବୀ ମୁଦଗାଲ୍ ଏବଂ ସ୍ଵର ସଂଯୋଜନା କରିଥିଲେ ପଦ୍ମଶ୍ରୀ ମଧୁପ୍ ମଦୁଗାଲ୍ । ପରେପରେ ଦୈତ୍ୟ ନୃତ୍ୟରେ ଅରବିନ୍ଦ ସାହୁ ଓ ବିଦ୍ୟୁତ୍ ପ୍ରଭା ମହାନ୍ତି ‘ବର୍ଷା’ ପରିବେଷଣ କରିଥିଲେ ଯାହାର ସ୍ଵର ସଂଯୋଜନା କରିଥିଲେ ଗୁରୁ ରାମହାରି ଦାସ ଓ ଗୁରୁ ସୁକାନ୍ତ କୁଣ୍ଡୁ ଏବଂ ନୃତ୍ୟ ସଂରଚନା କରିଥିଲେ ପ୍ରଫେସର ନବ କିଶୋର ମିଶ୍ର ଓ ଲିଙ୍ଗରାଜ ସ୍ଵାଇଁ । ଏକକ ନୃତ୍ୟରେ ଶିବାନୀ ଦାସଙ୍କ ଦ୍ଵାରା ‘ଶଙ୍କାରାଭରଣ’ ପଲ୍ଲବୀ ଯାହା ରାଗ-ଶଙ୍କର ଭରଣ ପଲ୍ଲବୀ ଓ ତାଳ-ଏକତାଳି ଯାହାର ନୃତ୍ୟ ସଂରଚନା କରିଥିଲେ ପଦ୍ମଶ୍ରୀ ଗୁରୁ ପଙ୍କଜ ଚରଣ ଦାସ । ଦୈତ୍ୟ ନୃତ୍ୟରେ ବିଶ୍ଵଭୂଷଣ ଚମ୍ପତ୍ତିରାୟ ଓ ନୀରଜ ଲକ୍ଷ୍ମୀ ବରାଳଙ୍କ ଦ୍ଵାରା ‘ଦେବୀ ବନ୍ଦନା’ ଯାହା ରାଗ ଓ ତାଳ ମାଳିକା ଉପରେ ପର୍ଯ୍ୟବେଷିତ ଥିଲା । ପରେପରେ ଏକକ ନୃତ୍ୟରେ ଜାପାନରୁ ଆସିଥିବା ଚୋସୋଟା ମୁରାଙ୍କ ଦ୍ଵାରା ‘ସାବେରୀ ପଲ୍ଲବୀ’ ପରିବେଶନ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା । ଶେଷରେ ଦଳଗତ ନୃତ୍ୟରେ ଢେଙ୍କାନାଳରୁ ଆସିଥିବା ନୃତ୍ୟମ୍ ଦ୍ଵାରା ‘ବୃନ୍ଦାବନେ ବଂଶୀ କେ ବାଜିଲା’ ଓ ଦିଲ୍ଲୀରୁ ଆସିଥିବା ଦେବଧାରା ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ‘କୃଷ୍ଣାମ୍ ତୁଭ୍ୟାମ୍ ନମଃ ଓ ଦଶାବତାର’ ପରିବେଷଣ ଦର୍ଶକଙ୍କୁ ବିଭୋର କରିଥିଲା । ଆଜି ସନ୍ଧ୍ୟା ର ଅତିଥି ଥିଲେ ପୂର୍ବତନ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଗୁରୁ ରାମହରିଦାସ ଓ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଡ.ମିନତୀ ମିଶ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

Share in top social networks!