ମିଛ

ଲଗେଇଛି ଯେ ଏ ଗଛ
ଖାଇଛି ଯେ ତା’ର ଫଳ
ଯିଏ ଯାହା ବାଛୁଛ ବାଛ
ତା’ଠାରୁ ନାହିଁ କିଏ ଭଲ ।
କରି ଜାଣିଛି ଯେ ଖରଚ
ସେ ସଞ୍ଚୟ କାହିଁ କରିବ
ଅନ୍ଧାରରେ ଯେ ତୁମେ ଚାଷ କରୁଚ
ଆଲୋକ କାହିଁ ଦେଖିବ ।
ନୂଆ ନୂଆ ଭାରି ଲାଗିବା ମଜା
ବିନା ଶ୍ରମରେ ମଞ୍ଜିରୁ ହୋଇଯିବ ଗଜା
ତାକୁ ଘୋଡାଇବାକୁ କେତେ ବାହାନା ଖୋଜା
ପର ପାଇଁ ଗାତ ଖୋଳୁ ଖୋଳୁ ନିଜେ ପାଇବ ସଜା ।
ମିଥ୍ୟାରେ ଆଡୁଆଳେ, ସତ କି ଲୁଚି ରହିବ
ଆଜି ନ ହେଲେ କାଲି, ସେ ସତ ପ୍ରକାଶ ପାଇବ
ହେ ମୋର ସାଥିମାନେ ନିଜକୁ ଟିକେ ସୁଧାରିବ
ନ ହେଲେ ତୁମ ମଧୁର ବଚନ ମିଥ୍ୟା ବୋଲାଇବ ।
କେତେ ନେବ ଏ ମିଥ୍ୟାର ଆଶ୍ରୟ
ଲୁଚି ରହିବ କାହିଁ, ମନରେ ରଖି ଭୟ
ନିଜର ହେଉଛି ଯେଉଁ ସମ୍ମାନ ଅବକ୍ଷୟ
ବଞ୍ଚିକି କି ଲାଭ ଏ ଜୀବନ, ମରଣ ସହ ସମାନ ପ୍ରାୟ ।
ଥରେ ମରିଛି ଯିଏ ତା ଦେହରେ ଛନ୍ଦି
ମୁକୁଳିବାକୁ ପାଇବ ନାହିଁ କିଛି ଫିକର ବା ଫନ୍ଦି
ଥରେ ଖାଲି ତାକୁ ବନ୍ଧୁ କରି ମୁଖ ବନ୍ଧନରେ ଦେଲି ବାନ୍ଧି
ତା ପରେ ସେ ତୁମ ଉପରେ କବଜା କରି , କରିଦେବ ତୁମକୁ ତାର ବନ୍ଦୀ ।
ଥରେ ଯଦି କହିଲ ମିଛ
ମିଛ ଲାଗିଥିବ ପଛକୁପଛ
କିଛି ଆଗ ନାହିଁ କି ପଛ
ସମୟ ଆସିଲେ ସବୁ ତୁଛ
ନିଜକୁ ରଖ ସତ୍ୟର ଆଲୋକ ସ୍ଵଚ୍ଛ
ଏବେ ନୁହଁ କି ଆଉ କେବେ କହିବ ନାହିଁ ଟି ମିଛ —- ।

Share in top social networks!