ଗୋପାଳ ଚରଣ ମହାନ୍ତିଙ୍କ ୫ ମ ଶ୍ରାଦ୍ଧବାର୍ଷିକୀ

download (2)କୁରୁଳି ସାଂସ୍କୃତିକ ପରିଷଦରୁ ଗୋପାଳ ଚରଣ ମହାନ୍ତିଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଗତ ସନ୍ଧ୍ୟାରେ ସ୍ଥାନୀୟ ୨ ନମ୍ବର ୟୁନିଟ ସ୍ଥିତ ଆର୍ଯ୍ୟ ସଂସ୍କୃତି ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ଵରର ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଘାଟିକିଆ ସ୍ଥିତ ଅନନ୍ତ ସେବା ଶ୍ରମର ବାବା ଅଭିରାମ ସରସ୍ଵତୀ,ଖଣ୍ଡଗିରୀ ସ୍ଥିତ ବତ୍ରରଙ୍ଗ କାଲି ସେବାଶ୍ରମର ବାବା ରଘୁନାଥ ଦାଶ,ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶିବାନନ୍ଦ ରାୟ,ଓଡିଶା ଭାସ୍କରର ମୁଖ୍ୟ ସଂପାଦକ ପ୍ରଦୋଷ ପଟ୍ଟନାୟକ ଓ ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତିଙ୍କ ସମେତ ସାହିତ୍ୟିକ,ସାମ୍ବାଦିକ ସମାଜସେବୀ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଗୋପାଳ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ଗୁଣାବଳୀ ବର୍ଣ୍ଣନା କରିଥିଲେ । ଏହି ଅବସରରେ କୁରୁଳି ସାଂସ୍କୃତିକ ପରିଷଦ ପକ୍ଷରୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଓ ତାଙ୍କ ଦଳଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । କଣ୍ଠଶିଳ୍ପୀ ପ୍ରଦୀପ ବାହିନୀ ପତି,ଚୌଧୁରୀ ଦେବବ୍ରତ ଦାସ,ବିଦିସା ଦାଶ,ମୋନାଲି,ଅଭିରାମ ଓ ଈପ୍ସିତାଙ୍କ ସଂଗୀତ ଅତ୍ୟନ୍ତ ଉଚ୍ଚକୋଟିର ହୋଇଥିଲା । ଶେଷରେ ସାପ୍ତାହିକ ଉନ୍ନତି ପଥେ ତଥା ସାଂସ୍କୃତିକ ପରିଷଦର ସଂପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!