ସରକାରଙ୍କ ସହ ରାଜ୍ୟ ଜଳବିଭାଜିକା ସଂପାଦକ ମହାସଂଘର ଆଲୋଚନା

45518

ରାଜ୍ୟ ଜଳବିଭାଜିକା ସଂପାଦକ ମହାସଂଘ ଆଜି ପୂର୍ବାହ୍ନରେ ସେମାନଙ୍କର ଦୀର୍ଘ ଦିନର ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମହାସଂଘର କର୍ମକର୍ତାମାନଙ୍କ ସହ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ସଚିବ ଗୋପବନ୍ଧୁ ପାଣିଗ୍ରାହୀ ଯୋଗଦେଇଥିଲେ । ଆଲୋଚନା କାଳରେ ରାଜ୍ୟରେ ଥିବା ବେକାର,ଛଟେଇ ଏବଂ ପୂର୍ବତନ ଜଳବିଭାଜିକାର ସଂପାଦକ ମାନଙ୍କ ନିଯୁକ୍ତି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ଜଳବିଭାଜିକା ସଂପାଦକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସଂଘର ମୁଖ୍ୟ ଦାବି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ସହ ଆଲୋଚନା କାଳରେ ମହାସଂଘ ପକ୍ଷରୁ ରାଜ୍ୟ ଜଳବିଭାଜିକା ସଂଘର ସଭାପତି ହରିଶଚନ୍ଦ୍ର ଦାସ,ରାଜ୍ୟ ସଂପାଦକ ଜଗଜୀବନ ନାୟକ,ମୟୂରଭଞ୍ଜ ଜିଲ୍ଲାର ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ମୀନକେତନ ସାହାଣୀ,ରୋହିତ ଦିଗାଲ,ପ୍ରଭାତ ଚନ୍ଦ୍ର ପ୍ରଧାନ,ବିରେନ୍ଦ୍ର କୁମାର ବେହେରା,ଧନେଶ୍ଵର ପୁଞ୍ଜି,ପି.ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!