ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବ ଆରମ୍ଭ

images (2)
ଆରାମ୍ଭ ହୋଇଛି ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବ ୨୦୧୩ ।. ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁକେଲୁଇଚାରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଏହି ନୃତ୍ୟୋତ୍ସବ ରାଉରକେଲାର ନୃତ୍ୟଶିଳ୍ପୀ ବାଗ୍ମିଶ୍ରୀ ଦାସଙ୍କ ନୃତ୍ୟରୁ ଆରମ୍ଭ ହୋଇଥିଲା । ପରେପରେ ଆମେରିକାର ଆଲ୍ୟାଶା ସାହୁ ନୃତ୍ୟ କରିଥିଲେ । ଏହାପରେ ପୁଷ୍ପାଞ୍ଜଳି ଓ ସଙ୍ଗୀତା ମହାନ୍ତି,ଶତାବ୍ଦୀ ସାମନ୍ତରାୟ,ଜ୍ୟୋତିରଞ୍ଜନ ଦାସ,ରୀତିକା ମଣ୍ଡଳ ଓ ଶିବାନୀ ପାରିଜା,ଅରୁନ୍ଧତୀ ଚକ୍ରବତୀ ନୃତ୍ୟ ପରିବେଷଣ କରିଥିଲେ । ରାୱା ଏକାଡେମୀ ଗ୍ରୁପର ନୃତ୍ୟ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା । ପରେପରେ ରାହୁଲ ଓ ଇସା,ବିଜୟନୀ ମଧୁସ୍ମିତାଙ୍କ ସହ ଗୁରୁ କେଲୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ଏବଂ ନୃତ୍ୟ ସଂଗୀତା କଳାମନ୍ଦିର କଳାକାର ମାନେ ଦମଦାର ନୃତ୍ୟ ପରିବେଷଣ କରିଥିଲେ । ଯାହାକି ବେଶ୍ ଉଚ୍ଚକୋଟୀର ଥିଲା । ଶୀତୁଆ ସନ୍ଧ୍ୟାରେ ମଣ୍ଡପରେ ଉପସ୍ଥିତ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ନୃତ୍ୟଶିଳ୍ପୀମାନେ ସଫଳ ହୋଇଥିଲେ । ଏହି ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ଯୋଗଦେଇଥିଲେ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର,ପର୍ଯ୍ୟଟନ ବିଭାଗ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର,ଓଡିଶୀ ନୃତ୍ୟାଙ୍ଗନା କୁମକୁମ ମହାନ୍ତି,ପଣ୍ଡିତ ରବିଶଙ୍କରଙ୍କର ପତ୍ନୀ ସୁକନ୍ୟା ଶଙ୍କର,ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁଶୀଲ କୁମାର ଦାସ । ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବ ଓଡିଶା ପାଇଁ ଏକ ଅନନ୍ୟ ଘଟଣା ବୋଲି ଅତିଥି ମାନେ କହିଥିଲେ । ଏହି ନୃତ୍ୟୋତ୍ସବ ୩୦ ତାରିଖ ଯାଏଁ ଚାଲିବ ।

Share in top social networks!