ଦିଲ୍ଲୀରେ ଜାତୀୟ ଓଡିଆ ସମ୍ମିଳନୀ ଅନୁଷ୍ଠିତ

ପ୍ରତିଷ୍ଟିତ ସାହିତ୍ୟ ସାସ୍କୃତିକ ଅନୁଷ୍ଠାନ ପଲ୍ଲୀବାଣୀ ମିଶନ ପକ୍ଷରୁ ଦିଲ୍ଲୀର କଂଷ୍ଟିଚ୍ୟୁସନ କ୍ଲବ ସଭାଗାରରେ ଜାତୀୟ ଓଡିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚଂଦ୍ର ନାଥଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ଉସ୍ଚବ ରେ ସାଂସଦ ତଥାଗତ ଶଥପତୀ , ରାମଚଂଦ୍ର ଖୁଣ୍ଟିଆ ,ବୈଷ୍ଣବ ଚରଣ ପରିଡା ଏବଂ ଚିତ୍ର ଶିଳ୍ପୀ ଦିନନାଥ ପାଠୀ ବକ୍ତା ଭାବରେ ଯୋଗଦେଇଥିଲେ |

ଏହି ସମ୍ମିଳନୀର ଉଦେଶ୍ୟ ସମ୍ପର୍କରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ନାଥ କହିଥିଲେ ଯେ ଓଡିଶାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଜାତୀୟ ଇତିହାସରେ ସ୍ଥାନ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଦାବିରେ ଦୁଇଟି ସ୍ମାରକ ପତ୍ର ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଦେବା ସହିତ ଏହାକୁ କାର୍ଯ୍ୟକାରୀ ନକରାଯିବା ପର୍ଯ୍ୟନ୍ତ ଏଥିପାଇଁ ସଂଗ୍ରାମ ଜାରି ରହିବ | ସାଂସଦ ତଥାଗତ ଶତପଥୀ ପଲ୍ଲୀବାଣୀ ମିଶନର ଏହି ଅଭିଯାନକୁ ସମର୍ଥନ କରି ସ୍ମାରକ ପତ୍ର ଦେବାପାଇଁ ସେ ଖୋଦ ମନ୍ତ୍ରୀଙ୍କ ନିକଟକୁ ଯିବେ ବୋଲି କହିଥିଲେ | ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ହକଦାର ଏବଂ ଓଡିଶାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଜାତୀୟ ସ୍ତରରେ ଯେପରି ଅଣଦେଖା କରାଯାଉଛି ସେଥିରେ ଶ୍ରୀ ଶତପଥୀ କ୍ଷ୍ଯୋଭ ପ୍ରକାଶ କରିଥିଲେ |

ସାଂସଦ ରାମଚଂଦ୍ର ଖୁଣ୍ଟିଆ ପଲ୍ଲୀବାଣୀ ମିଶନର ଏହି ମହାନ ଉଦେଶ୍ୟକୁ ଚରିତାର୍ଥ କରିବା ପାଇଁ ସବୁମନ୍ତେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ | ସବୁ ସାଂସଦ ମାନଙ୍କ ପକ୍ଷରୁ ପଲ୍ଲୀବାଣୀ ର ଦାବୀ ପରି ଅନୁରୂପ ଦାବୀ ସେ ଭାରତ ସରକାରଙ୍କର ନିକଟରେ ପୁନର୍ବାର ରଖିବେ ବୋଲି ଶ୍ରୀ ଖୁଣ୍ଟିଆ ତାଙ୍କ ଅଭିଭାଷଣ ରେ କହିଥିଲେ | ସାଂସଦ ଶ୍ରୀ ପରିଡା ଏବଂ ଚିତ୍ର ଶିଳ୍ପୀ ଶ୍ରୀ ପାଠୀ ଓଡିଆ ଭାଷା ଏବଂ ଓଡିଶାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସମ୍ପର୍କରେ ବହୁ ଗବେଷଣା ଧର୍ମୀ ତଥ୍ୟ ଉପସ୍ଥାପନ କରିଥିଲେ | ପଲ୍ଲୀବାଣୀ ମିଶନ ପକ୍ଷରୁ ମର୍ଯ୍ୟାଦା ଜନକ ପଲ୍ଲୀଶ୍ରୀ ସାମ୍ନାନ ପ୍ରଶାସକ ଅରୁଣ କୁମାର ରଥ , କୁଳମଣୀ ବିଶ୍ଵାଳ , ସମାଜ ସେବୀ ଗୟାଧର ଜେନା ,ସ୍ଵାଧୀନ କୁମାର ଦାଶଙ୍କୁ ପ୍ରଦାନ କରାଯାଇ ଥିଲା |

ସାଂସଦ ଶ୍ରୀ ଖୁଣ୍ଟିଆଙ୍କ ଦ୍ଵାରା ଲିଖିତ “ଦ ଭଏସ ଓଫ ଓଡିଶା ଇନ ପାର୍ଲାମେଣ୍ଟ ” ପୁସ୍ତକ ଉନ୍ମୋଚନ ହୋଇଥିଲା | କାର୍ଯକ୍ରମରେ ନବଜ୍ୟୋତି ଦାସ , ଶ୍ରୀଦେବ ନନ୍ଦ , ବିରଜା ମହାପାତ୍ର , “ଓଡିଆ ପୁଅ ” ର ସମ୍ପାଦକ ଶ୍ୟାମସୁନ୍ଦର ସାହୁ ,ସହ ସମ୍ପାଦିକା ମନମୋହିନୀ ସାହୁ ,ଗୋବୋର୍ଦ୍ଧନ ଧଳ , ସ୍ଵର୍ଣପ୍ରଭା ପତି ପ୍ରମୁଖ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ | ଏହି ଜାତୀୟ ସମ୍ମିଳନୀରେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରର ଶତାଧିକ ଓଡିଆ ବ୍ୟକ୍ତି ଯୋଗ ଦେଇଥିଲେ |

Share in top social networks!